ଦେବଗଡ଼ ଜିଲ୍ଲାରେ ବିକାଶ ମୂଳକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ।
ଦେବଗଡ଼
ଜିଲ୍ଲା କୁ ଦୁଇଦିନିଆ ଗସ୍ତ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତ ସରକାର ତଥା ଲୋକସଭା ସାଂସଦ ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ଓଡ଼ିଶା ସରକାର ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ , ଦେବଗଡ଼ ମହାବିଦ୍ୟାଳୟ ରେ ଛାତ୍ର ଓ ଛାତ୍ରୀ ନିବାସ କୁ ଶୁଭ ଉଦଘାଟନ , ମଡେଲ ସ୍ମଶାନ ପ୍ରଧାନପାଟ ଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ପରେପରେ ପ୍ରଧାନପାଟ ବଡବାଗିଚା ଠାରେ ସାଧାରଣ ସଭାରେ ଯୋଗଦେଇଥିଲେ। ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ବିକାଶ ମୂଳକ ଭିତ୍ତିଭୂମି ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ ସମାବେଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତ ସରକାର ତଥା ଲୋକସଭା ସାଂସଦ ସମ୍ବଲପୁର ଶ୍ରୀଯୁକ୍ତ ପ୍ରଧାନ ଯୋଗଦେଇ ଜିଲ୍ଲା ର ୧୫ ଟି ବିଭାଗର ୬୩ ଟି ପ୍ରକଳ୍ପ ଶୁଭ ଉଦଘାଟନ ଓ ୧୦ ଟି ବିଭାଗର ୬୧ ଟି ପ୍ରକଳ୍ପ ଶିଳାନ୍ୟାସ ଡିଜିଟାଲ ମାଧ୍ୟମରେ ଶୁଭ ଉଦଘାଟନ କରିଥିଲେ।ସମୁଦାୟ ବ୍ୟୟ ଅଟକଳ ୧୨୪ ଟି ପ୍ରକଳ୍ପ ରେ ସର୍ବମୋଟ ୨୭୮ କୋଟି ୪୯ ଲକ୍ଷ ୭୫ ହଜାର ଟଙ୍କା ର ଡିଜିଟାଲ ମାଧ୍ୟ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଦେବଗଡ଼ ଜିଲ୍ଲାକୁ ରାଜ୍ୟ ରେ ଏକ ବିକଶିତ ଓ ଅଗ୍ରଣୀ ଭାବରେ ଗଢି ତୋଳିବା ପାଇଁ ପ୍ରତିଶୃତି ଦେବା ସହ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ।ପରେ ପରେ ଯୋଗ୍ୟ ହିତାଧିକାରୀ ପ୍ରଧାନ ମନ୍ତ୍ରୀ ଆବାସ,ରାସନ୍ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଘରବାରି ପଟ୍ଟା , ମଧୁ ବାବୁ ପେନସନ, ବସୁନ୍ଧରା,ପ୍ରାଣୀସମ୍ପଦ ହିତାଧିକାରୀ ,ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୧୦ ଜଣଙ୍କୁ ୫ ଲକ୍ଷ ଟଙ୍କା ବିବାହ ସହାୟତା,ଶିକ୍ଷା ସହାୟତା ଭାବେ ୨୧ ଜଣ ଙ୍କୁ ୨ଲକ୍ଷ ୨ହଜାର ୨୦୦ ଟଙ୍କା,ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ୧୫ ଜଣ ମୃତ ନମିନିମାନଙ୍କୁ ୩୦ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଅନୁଦାନ ପ୍ରଦାନ କରାଯାଇଥିଲା ଶେଷରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।
