ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ (ରମେଶ ଅଗ୍ରୱାଲ.:ନିପ୍ର)
ରାୟଗଡ଼:- ତା ୨୬.୪.୨୦୨୬-
ଜିଲ୍ଲା ପ୍ରଶାସନ ତରଫରୁ ରବିବାର ଦିନ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ମାଲ୍ୟାର୍ପଣ ଓ ପୂଜ୍ୟ ପୂଜା ଅନୁଷ୍ଠିତ l ପୂର୍ବାହ୍ନ ସାତ ଘଟିକା ସମୟରେ ରାୟଗଡ଼ବାସୀ ଗଜପତି ଛକସ୍ଥିତ ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ସମାଗମ ହୋଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୌର ପରିଷଦ ଏବଂ ଗଜପତି ମହାରାଜା ସ୍ମୃତି କମିଟି, ୱାକର୍ସ କ୍ଲବ,ଉତ୍କଳ ସମିଳନୀ, ରାୟଗଡ଼ ଶାଖା, ବରିଷ୍ଠ ନାଗରିକ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଜନସାଧାରଣ ଉପସ୍ଥିତ ରହି ପୂଜାର୍ଚ୍ଚନା ସହ ଗଜପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏଥିରେ ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ ମହାନ୍ତି, ବ୍ରଜସୁନ୍ଦର ନାୟକ, ସତ୍ୟବାଦୀ ପତି, ବରିଷ୍ଠ ସାମ୍ବାଦିକ ଅମୂଲ୍ୟ ରତ୍ନ ସାହୁ ଏବଂସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ମାଲ୍ୟର୍ପଣ କରିଥିଲେ l ଗଜପତି ମହାରାଜା ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ଯ ଗଠନ, ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ଗମନାଗମନ, ନାରୀ ସଶକ୍ତିକରଣ, ସୁରକ୍ଷା ନିମନ୍ତେ ପାଇକ ଆଖଡ଼ା, ସମରକଳା ଆଦି କ୍ଷେତ୍ରରେ ତାଙ୍କ ଅନବଦ୍ୟ ଅବଦାନ । ରାଜନୈତିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଭାଷା, ସାହିତ୍ଯର ସମୃଦ୍ଧି ତଥା ସାର୍ବଭୌମତ୍ବର ସୁରକ୍ଷା କ୍ଷେତ୍ରରେ ସେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ସେ ସଦା ଅମର ହୋଇ ରହିବେ ଏବଂ ତାଙ୍କ ଜୀବନାଦର୍ଶ ଆମ ପାଇଁ ଆଜୀବନ ପ୍ରେରଣାଦାୟୀ ରହିବ ବୋଲି ଅତିଥିବୃନ୍ଦ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ, ପୌର ସ୍ୱାସ୍ଥ୍ୟ ନିରୀକ୍ଷକ ଶ୍ରୀ ଭେଙ୍କେଟ ରାଓ ଅନ୍ୟ ସହକର୍ମୀ । ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ବିଭାଗର ବିଭାଗରେ କାର୍ଯ୍ୟରତ କର୍ମକର୍ତ୍ତା କୁମୁଦିନୀ ମିଶାଲ,ସମ୍ରାଟ ସାହୁ,ରାଜେନ୍ଦ୍ର ଦୋରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
