*ପୃଥିବୀ ଦିବସ ପାଳିତ ଓ ନାଲସା ହିଂସ୍ରଜନ୍ତୁ-ମନୁଷ୍ୟ ସଂଘର୍ଷରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫ ସମ୍ବନ୍ଧୀୟ ସଚେତନତା ଶିବିର*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୪.
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ତାନୱାଟ ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ର ସଭାଗୃହରେ ପୃଥିବୀ ଦିବସ ଉପଲକ୍ଷେ ନାଲସା ଦ୍ଵାରା ପ୍ରଚଳିତ ହିଂସ୍ରଜନ୍ତୁ- ମନୁଷ୍ୟ ସଂଘର୍ଷ ରେ ପୀଡ଼ିତଙ୍କୁ ଆଇନ ସହାୟତା ଯୋଜନା, ୨୦୨୫ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବବିତା ସିଂ, ବନ ବିଭାଗର ଏ.ସି.ଏଫ୍ ମହମ୍ମଦ ସାଲେହା, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକର, ବନପାଳ ଲକ୍ଷ୍ମୀଧର ଘିଭେଲା, ଟାନ୍ଵାଟ ପି.ଇ.ଓ ଭାନୂପଲି ପଦ୍ମାବତୀ, ସରପଞ୍ଚ ଜୟରାମ ସତନାମୀ, ଉପ-ମୁଖ୍ୟ ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଟାଟା ପାୱାର ର ଆଇନ ଅଧିକାରୀ ପ୍ରଜ୍ଜ୍ଵଳ ପ୍ରକାଶ, ବନବିଭାଗ କର୍ମଚାରୀ, ଗ୍ରାମବାସୀ ଏବଂ ଅଧିକାର ମିତ୍ରଗଣ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ପୃଥିବୀ ଦିବସ ରେ ନୂଆପଡ଼ା ଜିଲ୍ଲା କୁ ପ୍ଲାଷ୍ଟିକମୁକ୍ତ କରି ପରିବେଶ ସୁରକ୍ଷା କରିବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଥିଲେ ।
