ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା।
ପୋଲସରା ୨୩/୦୪/୨୬ ମହିଳା ମାନଙ୍କ ପାଇଁ ସଂରକ୍ଷଣ ବିଲ୍ କୁ ନେଇ ଏବେ ରାଜନୀତି ଜୋର ଧରିଛି। ଲୋକସଭାରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ କାଟ୍ ଖାଇବାକୁ ବିଭିନ୍ନ ମହିଳା ସଙ୍ଗଠନ ପକ୍ଷରୁ ମହିଳା ଆକ୍ରୋଶ ପଦଯାତ୍ରା ଜରିଆରେ କଂଗ୍ରେସ, ବିଜେଡି ଓ ଅନ୍ୟ ଦଳଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଥିବା ବେଳେ ଆଜି ପୋଲସରା ବିଜେପି ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚା ପକ୍ଷରୁ ବିଶାଳ ଜନ ଆକ୍ରୋଶ ପଦଯାତ୍ରା କରାଯାଇଛି। ପୋଲସରା ଅବନ୍ତି ନଗର ବିଜେପି କାର୍ଯ୍ୟାଳୟ ଠାରୁ ମହିଳା ଓ ଯୁବ ମୋର୍ଚ୍ଚା ପକ୍ଷରୁ ଏକ ପଦଯାତ୍ରା ବାହାରି କଂଗ୍ରେସ ମୁଖିଆ ରାହୁଲ ଗାନ୍ଧୀ ଓ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶ୍ଳୋଗାନ ଦେଇ ପଦଯାତ୍ରାରେ ବ୍ଳକ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ଉଭୟଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ଭଞ୍ଜନଗର ସାଂଗଠନିକ ଜିଲ୍ଲା ସାଧାରଣ ସଂପାଦକ ସୀମାଞ୍ଚଳ ସାହୁ, ଉପସଭାପତି ପ୍ରତିମା ସାହୁ, ଯୁବମୋର୍ଚ୍ଚା ସଭାପତି ରୀଙ୍କୁ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟ ରେଡି, କୃଷକ ମୋର୍ଚ୍ଚା ସଭାପତି ରଘୁନାଥ ପଣ୍ଡା ଏବଂ ମୋର୍ଚ୍ଚା ସଭାପତି ରାମକୃଷ୍ଣ ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, କେଦାର ମହାରଣା, କାର୍ତ୍ତିକ ମଙ୍ଗଳା ଓ କୃଷ୍ଣ ଚନ୍ଦ୍ର ଜେନା ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ମହିଳା ମୋର୍ଚ୍ଚା ଓ ଯୁବ ମୋର୍ଚ୍ଚାର ସଦସ୍ୟ ମାନେ ଏହି ଆକ୍ରୋଶ ପଦଯାତ୍ରାରେ ସାମିଲ ହୋଇଥିଲେ।
