ବେତନଟୀ ରୋଟାରୀ କ୍ଲବ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବେତନଟୀ, ସ୍ଥାନୀୟ ରୋଟାରୀ କ୍ଲବର ବୃକ୍ଷ ରୋପଣ ଯୋଜନା ଅନ୍ତର୍ଗତ କାର୍ଯ୍ୟକ୍ରମରେ ଆଜି ସ୍ଥାନୀୟ ପଣ୍ଡୁଗଡ଼ିଆ ସ୍ଥିତ ଅ. ଭୂ. ସ. ଶି. ଶିବମୁନି ଯୋଗାଶ୍ରମ (ଓଡ଼ିଶା ପ୍ରାନ୍ତ)ଠାରେ ବିଭିନ୍ନ ପ୍ରକାରର ଫଳ ବୃକ୍ଷ ଚାରା ରୋପଣ କରାଯାଇଛି । ରୋଟାରୀ କ୍ଲବର ସଭାପତି ଶ୍ୟାମ ପ୍ରସାଦ ମଢୁଆଳଙ୍କ ତତ୍ତ୍ଵାବଧାନରେ କ୍ଲବର ଉପସଭାପତି ରବିନ୍ଦ୍ର ନାଥ ମିଶ୍ର, ସଂପାଦକ ସଞ୍ଜୟ କୁମାର ଭୂୟାଁ, ସଦସ୍ୟ ଭଗିରଥ ପଣ୍ଡିତ, ସୁନୀଲ କୁମାର ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ଥିଲେ । ବିଶେଷ ଅତିଥି ଭାବେ ଯୋଗ ଦେଇ ବେତନଟୀ ସିଭିଲ ସୋସାଇଟିର ସମ୍ପାଦକ ଆଡ଼ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ବୃକ୍ଷରୋପଣର ଉପକାରିତା ଓ ଏହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଶିବମୁନି ଆଶ୍ରମର ସଂଚାଳକ ରତିକାନ୍ତ ମହାନ୍ତ ଓ ପ୍ରମୋଦ କୁମାର ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।
