ଜନଗଣନା କର୍ମଚାରୀ ଙ୍କୁ ମରଣାତ୍ମକ ଆକ୍ରମଣ
ସ୍କୁଟି ଭାଙ୍ଗିବା ସହ ମୁହଁ ଫଟାଇଲେ ଆକ୍ରମଣକାରୀ
କାମାକ୍ଷାନଗର —
ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା ବେଳେ ମରଣାତ୍ମକ ଆକ୍ରମଣ ର ଶିକାର ହୋଇଛନ୍ତି ଚାରି ଜନଗଣନା ଅଧିକାରୀ ।ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହି ରେ ଏପରି ଘଟିଛି ଘଟଣା। ଜନଗଣନା କର୍ମଚାରୀ ଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦି ଙ୍କ ସ୍କୁଟି ଗାଡି କୁ ଭାଙ୍ଗିଲେ ଜନୈକ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ l କର୍ମଚାରୀ ଙ୍କୁ ଆଶ୍ରବ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ ଜନଗଣନା କରେଇ ଦେଲେନି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ l ଆକ୍ରମଣରରେ ମହିଳା କର୍ମଚାରି ମୁହଁରେ ଆଘାତ ଲାଗିବା ସହ ପଥର ଧରି ମାରିବାକୁ ଗୋଡାଇଥିବା କହିଛନ୍ତି।ଖବର ପାଇ ଘଟଣା ସ୍ଥଳ ରେ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚିଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା lତେବେ ପୋଲିସ ଆକ୍ରମଣକାରିଙ୍କୁ ଅଟକ ରଖିଛି ଓ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି। ଜନଗଣନା ସମୟ ରେ କର୍ମଚାରୀ ଙ୍କୁ ମାଡ଼ ଘଟଣା କୁ ନେଇ ସମଗ୍ର କାମାକ୍ଷାନଗର ଅଞ୍ଚଳ ରେ ଚର୍ଚ୍ଚା ସୃଷ୍ଟି ହୋଇଛି l
