ଗୁଣପୁର ଠାରେ ଛପନ ତମ ବିଶ୍ୱ ଧରିତ୍ରୀ ଦିବସ 2026 ପାଳନ କଲାହାଣ୍ଡି:(କିଶନ ଶର୍ମା) -କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୱାଇଲଡ (କେଫ୍ୟୁ) ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି l ଧରିତ୍ରୀ ଦିବସ ଏହି ଅବସରରେ ଅନୁଷ୍ଠିତ ଜନ ସଚେତନତା ସଭାରେ ଗୁଣପୁର ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ଶ୍ରୀ ରଥ ଦୁରିଆ, ଶାସ୍ତ୍ରିଜୀ ଯୁବକ ସଂଘ ର ସଭାପତି ଗୁଣନିଧି ନା ଏ କ ଓ ପ୍ରକୃତି ବନ୍ଧୁ ଡୋଳାମଣି ସାହୁ ଉପସ୍ଥିତ ରହି ବିଶ୍ୱ ଧରିତ୍ରୀ ଦିବସ ପାଳନ ର ଉଧେଶ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ
ବିଶ୍ୱ ଧରିତ୍ରୀ ଦିବସ ଅବସରରେ ଆୟୋଜିତ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଂକୁ କେଫ୍ୟୁ ପକ୍ଷ୍ୟରୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇ ଥିଲା l ପ୍ରବନ୍ଧ ପ୍ରତିଯୋଗିତା ରେ ଆଦ୍ୟାଶା ସିଂ, ଲିଜା ନାଏକ ଓ ଶିବାନୀ ନାଏକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଚିତ୍ରାଙ୍କନ ପ୍ରତି ଯୋଗିତାରେ କ୍ଷିତି ସାହୁ, ଦଶମୀ ମାଝୀ ଓ ମାମୁନି ମାଝୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଗ୍ରହଣ କରିଥିଲେ l ଗୁଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ନା ଏ କ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ, ପ୍ରକୃତି ବନ୍ଧୁ ଡୋଳାମଣି ସାହୁ ସଭାରେ ସଭାପତିତ୍ୱ କରିଥିବାବେଳେ ଶାସ୍ତ୍ରିଜୀ ଯୁବକ ସଂଘ ର ସଭାପତି ଗୁଣନିଧି ନା ଏ କ ଧନ୍ୟବାଦ ଅର୍ପଣ କରିଥିଲେ l
