ଉପାନ୍ତ ଅଞ୍ଚଳରେ ମୁଣ୍ଡାସମାଜର ବାଆ ବୋଙ୍ଗା ଓ ଭଗବାନ ବିର୍ସା ମୁଣ୍ଡାଙ୍କ ପ୍ରରିମୂର୍ତ୍ତି ଉନ୍ମୋଚନ
ମୟୁରଭଞ୍ଜ ଜିଲ୍ଲା ତଥା ଶୂଲିଆପଦା ବ୍ଲକ ଅନ୍ତର୍ଗତ କୁସୁମାଶୋଳ ଗ୍ରାମରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତିର ଜନନାୟକ ଧରତୀ ଆଵା ଭଗବାନ ବିର୍ସାମୁଣ୍ଡାଙ୍କ ପ୍ରତି ମୂର୍ତ୍ତି ଉନ୍ମାଚନ କରାଗଲା I ତତସହିତ “ବାଆଃ ବୋଙ୍ଗା ପର୍ବ” ,”ଡାହି ଦିସୁମ ରେଆଃ ସେନଗେ ସୁସୁନ “I ରାମସିଂ କ୍ଲବ କୁସୁମାଶୋଳ ଅନୁକୁଲ୍ଲରେ ଅନୁଷ୍ଠିତ ହାଇଥିଲା I ମୁଖ୍ୟ ଅତିଥି ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ମହାପାତ୍ର (ବାବୁ ଭାଇ),ଅତିଥି ଭାରତ ମୁଣ୍ଡା ସମାଜ ର ସଭାପତି ରବୀନ୍ଦ୍ର ନାଥ ସିଂ ,ମୁଣ୍ଡା ଶାସନ ଗୁଟଗାମ ର ସଭାପତି ମନରଞ୍ଜନ ସିଂ,ଭାଷା ସମନ୍ୱୟ କମିଟିର କେନ୍ଦ୍ରୀୟ ଆବାହକ ବିରବଲ ସିଂ ,ସମାଜ ସେବି ସୁନ୍ଦର ମୋହନ ସିଂ ,ବଡ଼ସାହି ବ୍ଲକ ର କୋଂଭେନାର ବୈଦନାଥ ସିଂ , ଝଲିଆମରା ପାଂଚୟୋତ ର ସରପଞ୍ଚ ସୁନୀଲ ଟୁଡୁ, ମୁଖ୍ୟ ବକ୍ତା 22 ନମ୍ବର ଜିଲ୍ଲା ପରିଷଦର ଦଶରଥି ସିଂ ,ସମ୍ମାନିତ ଅତିଥି ଭାରତ ମୁଣ୍ଡା ସମାଜର ଯୁବ ସଭାପତି ସବରନ ସିଂ ,ଦୁର୍ଗା ସିଂପାହାନ , କର୍ମା ସିଂପାହାନ ,ସୁରେନ୍ଦ୍ର ସିଂ, ଧାରତି ଆବା ଭଗବାନ ବିର୍ସାମୁଣ୍ଡା ଓ ବାଃ ବୋଙ୍ଗା ପର୍ବ ଉପରେ ଆଲୋକପାତ କରିଥିଲେ ,ତତସହିତ ଓଡିଶା ବେଙ୍ଗଲ ,ଝାରଖଣ୍ଡ ରୁ ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ସମାଗମ ହୋଇଥିଲେ ଏହି ଉତ୍ସବରେ ଚାରଟି ମୁଣ୍ଡାରି କରମ ଯାଦୁର ନୃତ୍ୟ ଦଳ ଯଥା :-ସରଗଛିଡା ,କାଖରୁସଳ,ନିମାଇଡ଼ିହି, ଝିନେଇ ଅଂଶ ଗ୍ରହଣ କରିଥିଲେ I ମୁଣ୍ଡା ସମାଜ କୁ ଏକତ୍ରିତ କରିବା ତଥା ମୁଣ୍ଡାରୀ ଭାଷା କୁ ସାମ୍ବିଧାନିକ ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଗୁରୁତ୍ଵ ଦେଇଥିଲେ I ତତସହିତ ସଭାପତି ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଦାବିପତ୍ର ମୁଣ୍ଡା ଶାସନ ଗୁଟଗମ ର ସଭାପତି ମନରଞ୍ଜନ ସିଂ ପ୍ରଦାନ କରିଥିଲେ ,ଦାବିଗୁଡିକ ହେଲା ଯଥା :-ମୁଣ୍ଡା ଭାଷା କୁ ଅଷ୍ଟମ ଅନୁଛେଦରେ ସାମିଲ କରାଯାଉ ,ମୁଣ୍ଡା ଭାଷା କୁ ଓଡ଼ିଶାର ଦ୍ୱିତୀୟ ରାଜ୍ୟ ଭାଷାର ମାନ୍ୟତା ଦିଆଯାଉ ,ମୁଣ୍ଡାରୀ ଶିକ୍ଷକ ମାନଙ୍କୁ ନିଯୁକ୍ତି ପ୍ରାଥମିକ ସ୍ତରରେ ମୁଣ୍ଡାରୀ ଭାଷା ଶିକ୍ଷା ପ୍ରଦାନ କରାଯାଉ ,ମୁଣ୍ଡା ଶାସନ ବ୍ୟବସ୍ଥାର ପଦାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉ ଯଥା :-ହାତୁ ମୁଣ୍ଡା ,ଦେହୁରୀ ,ପାଣ୍ଡେ ,ଡାକୁଆ ,ପାହାନ ,ମାନକି ,ପାଳାରାଜା,ରାଜା ,ମୁଣ୍ଡା ସମ୍ପ୍ରଦାୟର କଳାକାରମାନଙ୍କୁ ଭତ୍ତା ପ୍ରଦାନ କରାଯାଉ ,ମୁଣ୍ଡାରୀ ବାଣୀ ଲିପିର ପ୍ରଚାର ପ୍ରସାର ନିମନ୍ତେ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦିଆଯାଉ ,ମୁଣ୍ଡାରୀ ବାଣୀ ଲୀପି ର ସ୍ରଷ୍ଟା ଓ ମୁଣ୍ଡା ସମ୍ପ୍ରଦାୟ ର ବରପୁତ୍ର ରାଇଦାସ ସିଂ ନାଗଙ୍କ ଜନ୍ମ ସ୍ଥାନ ସା: ପୋ: ଚାନ୍ଦୁଆ ବ୍ଲକ କୁଳିଅନା, ଜିଲ୍ଲା ମୟୂରଭଞ୍ଜ, ବରପୁତ୍ର ୟୀତିହାସିକ ଯୋଜନା ରେ ସାମିଲ କରାଯାଉ ଏବଂ କୁସୁମାଶୋଳ ଗ୍ରାମରେ ତିନି ହଜାର sq.ft ବିଶିଷ୍ଟ ଆଦିବାସୀ ସାଂସ୍କୃତିକ ଗୃହ ଆଦି ଦାବି ଗୁଡିକ ପ୍ରଦାନ କରିଥିଲେ I ବାଆ ବୋଙ୍ଗା ପର୍ବ କମିଟିର ଦେହୁରୀ ,ଜଟରାମ ସିଂ ,ଦଳଗୋବିନ୍ଦ ସିଂ ,ପବନ ସିଂ ରଞ୍ଜିତ ସିଂ ସମେତ ଅନ୍ୟ ସଦସ୍ୟ ମାନେ ସହଜଗ କରିଥିଲେ I
