*ନୂଆପଡ଼ାରେ କ୍ଷୁଦ୍ର ଜଳସେଚନ *ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ।*
*
ନୂଆପଡ଼ା( ମିଖାଏଲ ନନ୍ଦ)
, ତା. ୧୮/୦୪:
ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଜନ ସମ୍ବନ୍ଧୀୟ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧୀକ୍ଷଣ ଯନ୍ତ୍ରୀ ଓ ଅନ୍ୟାନ୍ୟ ବୈଷୟିକ ଅଧିକାରୀମାନଙ୍କ ଉପସ୍ଥିତିରେ ବିଭିନ୍ନ ଯୋଜନା ଅଧୀନରେ ଚାଲୁଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରାଯାଇଥିଲା।
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ନୂତନ ପ୍ରକଳ୍ପ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ପୁରାତନ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକରୁ ପଙ୍କ ଉଦ୍ଧାର କରି ସେଗୁଡ଼ିକର ପୁନରୁଦ୍ଧାର କରିବାକୁ ଓ କାର୍ଯ୍ୟକ୍ଷମତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ବିଭିନ୍ନ ଯୋଜନା ମାଧ୍ୟମରେ ପୁରୁଣା କେନାଲଗୁଡ଼ିକର ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ନୂତନ କେନାଲ ନିର୍ମାଣ କାର୍ଯ୍ୟ ଶୀଘ୍ର ସମାପ୍ତ କରି ଚାଷୀମାନଙ୍କୁ ଅଧିକ ଜଳସେଚନ ସୁବିଧା ଯୋଗାଇବାକୁ ଜୋର ଦେଇଥିଲେ।ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରି କୃଷି ଉତ୍ପାଦନ ବୃଦ୍ଧି ପାଇଁ ବିଭାଗୀୟ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ସରୋଜ ସା, ଅଧୀକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ, ଖଡ଼ିଆଳ, ଅନ୍ତର୍ଯ୍ୟାମୀ ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ନୂଆପଡ଼ା, ସାର୍ଥକ ରଞ୍ଜନ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଖଡ଼ିଆଳ, ଅଙ୍କିତ ସିଂ, ସହକାରୀ ନିର୍ବାହୀ ଯନ୍ତ୍ରୀ (ଆକଳନକାରୀ), ପ୍ରତୀକ ରଞ୍ଜନ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ, ନୂଆପଡ଼ା, ଅଶ୍ୱିନୀ କୁମାର ସେଠୀ, କନିଷ୍ଠ ଯନ୍ତ୍ରୀ, ଖଡ଼ିଆଳ-II ଓ ପୂର୍ଣ୍ଣ ଚନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ, ଖଡ଼ିଆଳ-I ଉପସ୍ଥିତ ଥିଲେ।
