ସାନ ଡେନ୍ସ ଏକାଡେମୀ ର ବାର୍ଷିକ ଉତ୍ସବ
ବରଗଡ଼ :୧୮.୦୪.(ନି, ପ୍ର) ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲ ଠାରେ ବରଗଡ଼ ର ପ୍ରସିଦ୍ଧ ଡେନ୍ସ ଗୃପ ସାନ ଡେନ୍ସ ଏକାଡେମୀ ର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାଆଡମ୍ବରରେ ପାଳିତ ହୋଇଯାଇଅଛି । ମଞ୍ଚାସିନ ଅତିଥି ଭାବେ ବିଶିଷ୍ଟ ନୃତ୍ୟ ଗୁରୁ ଶ୍ରୀ ଶଙ୍କର ପଟ୍ଟନାୟକ , ଚଳଚ୍ଚିତ୍ର ତାରକା ତଥା ଓଡ଼ିଶୀ ନୃତ୍ୟ ଶିଳ୍ପୀ ଡ଼ଃ ତପସ୍ଵିନୀ ଗୁରୁ, ନୃତ୍ୟ ଗୁରୁ ଗୋପାଳ ଦାଶ, ଅନନ୍ତ ମେହେର, ନେହେରୁ ସରାଫ, ହିମାଂଶୁ ମେହେର ସପତ୍ନୀକ, ସମାଜସେବୀ ବଲିଷ୍ଠ ଦୁର୍ଗା ଆଦି ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସାନ ଡେନ୍ସ ଗୃପ ର ସଫଳତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଆଜିର କାର୍ଯ୍ୟକ୍ରମ ରେ ଦୁଇଶହ ରୁ ଉର୍ଦ୍ଧ୍ବ କଳାକାର ନୃତ୍ୟ ପରିବେଷଣ କରି ରେକର୍ଡ ସୃଷ୍ଟି କରିଥିଲେ ।
ଏକାଡେମୀ ର ନିର୍ଦେଶକ ସାନ ମଲ୍ଲିକ କାର୍ଯ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
