ପ୍ରବାଦ ପୁରୁଷ, ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ 29 ତମ ତିରୋଧାନ ଦିବସ ପାଳିତ ।
ଗଜପତି (ଟିକି ଲିମା)
ପ୍ରବାଦ ପୁରୁଷ ଜନନାୟକ ,ପ୍ରବାଦ ପୁରୁଷ, ଝଡ ର ଇଗଲ, ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଙ୍କ 29 ତମ ତିରୋଧାନ ଦିବସ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି, ଏହି ଅବସର ରେ ବିଧାୟକ ରୂପେଶ ପାଣିଗ୍ରାହୀ , ଓଡ଼ିଶାର ବିକାଶ ର ଅତୁଳନୀୟ ଅବଦାନ ବିଷୟରେ ଅବଗତ କରିଥିଲେ । ପ୍ରଥମେ ମହେନ୍ଦ୍ରତାନୟା ନଦୀ ତୋଟ ରେ ତିଳ ତର୍ପଣ କରାଯାଇଥିଲା, ପରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା, ଏହି ଅବସର ରେ କାଶୀନଗର ବ୍ଲକ ଓ ଗୋଷାଣୀ ବ୍ଲକ ଅଞ୍ଚଳ ର ଶତାଧିକ ଲୋକ ବିଜେଡି ରେ ସାମିଲ ହୋଇଥିଲେ , ଏଇ କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସମସ୍ତ ଅଧକ୍ଷ ,ଅଧ୍ୟକ୍ଷା, ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ଥିଲେ
