ସୋର ଅଗ୍ନିଶମ ବିଭାଗ ତରଫରୁ ସଚେତନତା ଶିବିର ଅନୁଷ୍ଠିତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସୋର ଅଗ୍ନିଶମ ବିଭାଗ ପକ୍ଷରୁ ସହରରେ ବିଭିନ୍ନ ସ୍ଥାନରେ ଅଗ୍ନି ନିର୍ବାପକ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଟ୍ରୋଲ ପମ୍ପର କର୍ମଚାରୀ ଓ ମଲରେ ଥିବା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଅଗ୍ନି ନିର୍ବାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ୧୪ରୁ ୨୧ ତାରିଖ ପର୍ଯ୍ୟନ୍ତ ପାଳିତ ରାଷ୍ଟ୍ରୀୟ ଅଗ୍ନି ନିର୍ବାପକ ସପ୍ତାହ ଏ ଦିଗରେ ସଚେତନତା କରାଯାଇଛି। ଏହି ସମୟରେ ବିଭିନ୍ନ ମଲର କର୍ମଚାରୀଙ୍କୁ ହଠାତ ନିଆଁ ଲାଗିଲେ ଗ୍ୟାସରେ କିପରି ନିଆଁକୁ ଆୟତ୍ତ କରାଯାଇପାରିବ କୌଶଳ ଶିକ୍ଷା ଦିଆଯାଇଥିଲା। ଏହି ଉପଲକ୍ଷେ ଏକ ସଚେତନତା ରଥ ଦମକଳ କେନ୍ଦ୍ରରୁ ବାହାରି ସହର ପରିକ୍ରମା କରିଥିଲା । ଦମକଳ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଯମୁନା ପ୍ରସାଦ ମହନ୍ତ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
