*ସାମ୍ବାଦିକଙ୍କ ଲଢେଇକୁ ଜୋରଦାର କରିବ ୟୁଜେଏ ଏପ୍ରିଲ ୨୯ରେ ରାଜ୍ୟବ୍ୟାପୀ ବିକ୍ଷୋଭ, ମେ ୧ରେ କଳାବ୍ୟାଚ୍ ପରିଧାନ ।*
*ଉତ୍କଳ ସାମ୍ବାଦିକ ସଂଘ, ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ l*
ଭୁବନେଶ୍ୱର, ୧୬/୪(ଭଞ୍ଜଦୁତ ):ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକଙ୍କ ଅଧୁକାର ପାଇଁ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଘୋଷଣା କରିଛି । ତାଳଚେରଠାରେ ଅନୁଷ୍ଠିତ ସଂଘର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ପରେ, ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକମାନଙ୍କୁ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ, ଓଡ଼ିଶା ସରକାର ଏ ଦିଗରେ ଅଣଦେଖା ନୀତି ଆପଣାଇବା ଦୁର୍ଭାଗ୍ୟଜନକ । ୧୮ରୁ ଅଧୁକ ରାଜ୍ୟରେ ସାମ୍ବାଦିକମାନଙ୍କୁ ପେନସନ ମିଳୁଥୁବା ଉଦାହରଣ ଦେଇ ସେ ସୁଚାଇଥିଲେ ଯେ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ଭଳି ରାଜ୍ୟ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାସିକ ପନ୍ଦର ହଜାର ଟଙ୍କା ପେନସନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧ୍ଵସ୍ଵୀକୃତି କମିଟି ଗଠନ ପୂର୍ବକ ଯୋଗ୍ୟ ସାମ୍ବାଦିକଙ୍କୁ ଅଧୂସ୍ବୀକୃତି ପ୍ରଦାନ, ପ୍ରେସ୍ ଏକାଡ଼ମୀ ଗଠନ ଓ ରାଜଧାନୀରେ ସ୍ଵଳ୍ପ ମୂଲ୍ୟରେ ରହଣି ବ୍ୟବସ୍ଥା ସହ ପ୍ରେସ୍ ଭବନ ନିର୍ମାଣ ଓ ପ୍ରଚ଼ଳିତ ସ୍ୱାସ୍ଥ୍ୟବୀମା ଯୋଜନାରେ ପିତାମାତା ଓ ପଡ଼ିଶ ବର୍ଷରୁ ଅଧିକ ଅବିବାହିତ ସନ୍ତାନ ସନ୍ତତି ମାନଙ୍କୁ ବୀମାଭୁକ୍ତ ଇତ୍ୟାଦି ଦାବି ନେଇ ୭ଫେବୃଆରୀ ୨୦୨୪ରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱରେ ରାଜ୍ୟ ବିଧାନସଭା ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ ଆୟୋଜନ ହୋଇଥିଲା । ଯେଉଁଥରେ ରାଜ୍ୟର ୩୦୦୦ରୁ ଉର୍ଦ୍ଧ୍ବ କାର୍ଯ୍ୟରତ ସାମ୍ବାଦିକ ଯୋଗ ଦେଇଥିଲେ । ଆଜିର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯିଏକି ତତ୍କାଳୀନ ଭାଜପା ବିଧାୟକ ଦଳ ମୁଖ୍ୟ ଛାଟିଆ ଥିଲେ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳକୁ ଆସି ସାମ୍ବାଦିକଙ୍କ ଦାବି ସମୂହର ସମର୍ଥନରେ ଦକ୍ତବ୍ୟ ରଖୁଥିଲେ ଏବଂ ସରକାରକୁ ଆସିଲେ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସରକାରକୁ ଆସିବା ଦୁଇବର୍ଷ ପୁରିବାକୁ ଯାଉଥିବା ବେଳେ ଏଯାବତ୍ ମୋହନ ସରକାର ସାମ୍ବାଦିକଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନେଇନାହାଁନ୍ତି । ଅଧୁକରୁ ବିଗତ ବିଧାନସଭାରେ ବିଧାୟକଙ୍କ ଦ୍ଵାରା ପଚ଼ରା ଯାଇଥିବା କିଛି ପ୍ରଶ୍ନରେ ସରକାର ଲିଖୁତ ଉତ୍ତର ରଖୁଛନ୍ତି କି ସାମ୍ବାଦିକଙ୍କ କୌଣସି କଥା ବିଚାରଧୀନ ନାହିଁ । ଯାହାକି ରାଜ୍ୟର ହଜାର ହଜାର କାର୍ଯ୍ୟରତ ସାମ୍ବାଦିକଙ୍କୁ ନିରାଶ କରିଛି । ସରକାରଙ୍କ ଏତାଦୃଶ ଅଣଦେଖା ନୀତି ବିରୋଧରେ ଉତ୍କଳ ସାମ୍ବାଦିକ ସଂଘ ୨୯ ତାରିଖରେ ସମସ୍ତ ଜିଲ୍ଲାରେ ଏକଘଣ୍ଟାର ପ୍ରତୀକାମୂକ ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତି ନେଇଛି ଏବଂ ମଇ ୧ ତାରିଖ ଶ୍ରମିକ ଦିବସ ଅବସରରେ ସାମ୍ବାଦିକ ସେମାନଙ୍କ ଦାବି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରାଜ୍ୟବ୍ୟାପୀ କଳା ବ୍ୟାଚ୍ ପରିଧାନ କରିବେ । । ତଥାପି ଯଦି ସରକାର ଉପରୋକ୍ତ ଦାବି ଗୁଡ଼ିକ ପୂରଣ ଦିଗରେ ଯନ୍ତ୍ରବାନ ନହୁଅଛି ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଆଗାମୀ ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନର ଆଯୋଳନ କରାଯିବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି । ଏହି ପ୍ରେସ୍ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ହାରାଧନ ବାର୍ନାଳୀ ଓ ପୂର୍ବଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଉପସଭାପତି ରଶ୍ମୀରଞ୍ଜନ ମିଶ୍ର ଓ ସତ୍ୟ ନାରାୟଣ ମିଶ୍ର, ଉପଦେଷ୍ଟା ପବୀତ୍ର ମହାରଥା, ବିଶ୍ୱଜିତ ପଟ୍ଟନାୟକ, ଜିଲ୍ଲା ସଭାପତି ଲୋକନାଥ ଦଳେଇ, ପୂର୍ବଚନ୍ଦ୍ର ସାହୁ, ଶ୍ରୀକାନ୍ତ ଖଟେଇ, ଦେବାଶିଷ ପୁରୋହିତ, ସତ୍ୟବ୍ରତ ଦାସ ଓ ହରିହର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
