ଲୋକ କଳାକାର ଗଣେଶ ପ୍ରଧାନଙ୍କ ଦ୍ୱାଦଶାହରେ ନାମ ସଂକୀର୍ତ୍ତନ
ବ୍ରହ୍ମପୁର, ତା. ୧୬/୦୪ :
କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ କେ. ନୂଆଗାଁ ଥାନା ଅନ୍ତର୍ଗତ ବାଢ଼େଇ ସନ୍ଧିଗାଁ ନିବାସୀ ବରିଷ୍ଠ କଳାକାର ଗଣେଶ ପ୍ରଧାନଙ୍କ ଦ୍ୱାଦଶାହ ଅବସରରେ ତାହାଙ୍କ ବାସଗୃହ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ସଦସ୍ୟ ପାଣ୍ଡବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକ ସଭାରେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଏବଂ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଯୋଗଦେଇ କଳାକାରଟିଏ ତା ଜୀବଦ୍ଦଶାରେ ଅନେକ ଜଗତ କଲ୍ୟାଣପ୍ରଦ କାର୍ଯ୍ୟ ସାଧିତ କରିଥିବା ହେତୁ ସେ ସଦାକାଳେ ଅମର ଥାଏ ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ଉଦବୋଧନ ଦେବା ସହିତ ଗଣେଶ ବାବୁଙ୍କ ଆଦର୍ଶ ଜୀବନୀର ସିଂହାଵଲୋକନ କରିଥିଲେ। ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ଖଲି ପ୍ରଧାନ, ତ୍ରିନାଥ ପ୍ରଧାନ, ଭାଇଗ ପ୍ରଧାନ, ଶରଦ ପ୍ରଧାନ, ବାବି ପ୍ରଧାନ, ଅଲେଖ ପ୍ରଧାନ, ସୁବଳ ପ୍ରଧାନ, ଅହଲ୍ୟା ପ୍ରଧାନ, ମାମି ପ୍ରଧାନ, ଗୋଲାପୀ ପ୍ରଧାନ, ନିରୁପମା ପ୍ରଧାନ, ବୃନ୍ଦାବତୀ ପ୍ରଧାନ, ନୟନୀ ପ୍ରଧାନ ପ୍ରମୁଖ ବହୁ ସଂକୀର୍ତ୍ତନ କଳାକାର ନାମ ସଂକୀର୍ତ୍ତନ ମାଧ୍ୟମରେ ସ୍ବର୍ଗତ ଆତ୍ମା ପ୍ରତି ନିଜ ନିଜର ନାମ ସୁମନ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସ୍ବର୍ଗତ ପ୍ରଧାନଙ୍କ ପୁତ୍ର ସନ୍ତୋଷ କୁମାର ପ୍ରଧାନ ଏବଂ ପରିବାର ବର୍ଗ ସହଯୋଗ କରିଥିଲେ।
