*ନୂଆପଡ଼ା ପୋଲିସ ପକ୍ଷ ରୁ ମୋବାଇଲ୍ ଫେରସ୍ତ ମେଳା ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା:୨୨.୧୦.
ନୂଆପଡ଼ା ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ୍ ଫେରସ୍ତ ମେଳା ଅନୁଷ୍ଠିତ ହୋଇ ଯାଇଛି l ମୋବାଇଲ୍ ଫୋନ୍ ବିନା ସତର୍କତା କାରଣ ରୁ ଅନେକ ସମୟରେ ଚୋରି ହୋଇଥିବା ବେଳେ ଏହି ଫୋନ୍ କୁ ଅନେକ ଟ୍ରାକିଙ୍ଗ ଦ୍ୱାରା ଉଦ୍ଧାର ହୋଇଥାଏ। ଚୋରୀ କିମ୍ବା କୌଣସି ସ୍ଥାନ ରେ ହଜି ଯାଇଥିବା ୫୨ ଗୋଟି ମୋବାଇଲକୁ ଜନତାଙ୍କ ସହଯୋଗ ଏବଂ ସାମାଜିକ ସହାୟତା ପାଇଁ ପୋଲିସ ପ୍ରକୃତ ମୋବାଇଲ୍ ମାଲିକଙ୍କୁ ତାଙ୍କ ଫୋନ କୁ ଫେରସ୍ତ କରିଥାନ୍ତି। ଏହା ଏକ ପୋଲିସ ଏବଂ ପବ୍ଲିକ ମଧ୍ୟରେ ସୁସମ୍ପର୍କ ସ୍ଥାପନ ର ଏକ ମାଧ୍ୟମ ଅଟେ। ମୋବାଇଲ୍ ଫେରସ୍ତ ପାଇବା ପରେ ତାଙ୍କୁ ସଚେତନ ଏବଂ ସତର୍କତା ଗ୍ରହଣ କରି ସାଇବାର ଠକେଇରୁ ମଧ୍ୟ ସୁରକ୍ଷିତ ହେବାକୁ ଆହ୍ୱାନ କରିଥିଲେ। ନୂଆପଡ଼ା ପୋଲିସ ଏକ ସ୍ବତନ୍ତ୍ର ଉତ୍ସବ ଅନୁଷ୍ଠିତ କରି ସମସ୍ତ ମୋବାଇଲ କୁ ଫେରସ୍ତ କରିଛନ୍ତି। l ଫେରସ୍ତ ହୋଇ ଥିବା ମୋବାଇଲର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କା l ନିଜ ହଜି ଯାଇଥିବା ମୋବାଇଲ୍ ଫୋନ କୁ ଫେରସ୍ତ ପାଇ ମୋବାଇଲ୍ ମାଲିକ ଖୁସି ଅନୁଭବ କରିଛନ୍ତି l
