ଭଦ୍ରକ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୂର୍ଗା ପୂଜା ଓ ରାବଣପୋଡ଼ି ଧୁମ୍ ଧାମରେ ପାଳିତ ହୋଇଛି।
ଭଦ୍ରକ ଜିଲ୍ଲା ରେ ବିଭିନ୍ନ ସ୍ଥାନରେ ଦଶହରା ଧୁମ୍ ରେ ପାଳିତ ହୋଇଛି।ଭଦ୍ରକ ସହରରେ ଚରମ୍ପା ହେଉକି ,ବାଇପାସ୍ ଛକ ହେଉ କିମ୍ବା ମୋଟେଲ ଛକ ହେଉକି ଗାନ୍ଧୀ ପଡ଼ିଆ ଏବଂ ବଙ୍କବାସୁଳି ହେଉ ସୁନ୍ଦର ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ତୋରଣ ଓ ଆଲୋକ ମାଳାରେ ଝଲସିଉଠୁଥିଲା ପେଣ୍ଡାଲ ଗୋଡ଼ିକ।ସେହିପରି ଭଣ୍ଡାରୀ ପୋଖରୀ ବ୍ଲକ ର ନିର୍ଗୁଣ୍ଡି ପଞ୍ଚାୟତ ର ମୃଣ୍ମୟୀ ମୂର୍ତ୍ତି ଗୋଡ଼ିକ ବହୁତ୍ ସୁନ୍ଦର୍ ହୋଇଥିବା ବେଳେ ଧାମନଗର ବ୍ଲକ ରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୂର୍ଗା ପୂଜା ପାଳନ ହୋଇଛି।ଧାମନଗର ମେଡିକାଲ ପାଖ ଏବଂ କଲ୍ୟାଣୀ ନଗରୀ ର ମୃଣ୍ମୟୀ ମେଢ଼ ଅତ୍ୟନ୍ତ ସୁନ୍ଦର ସାଙ୍ଗକୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।ଗୋବିନ୍ଦ ପୁର ଠାରେ ମା ନୀଳ ସରସ୍ୱତୀ ଙ୍କ ପୂଜା ପାଇ ଆସୁଥିବା ବେଳେ ଗୋବିନ୍ଦ ପୁର ରାବଣ ପୋଡ଼ି ପଡ଼ିଆ ରେ 25 ହଜାରରୁ ଅଧିକ ଲୋକ ଗହଣରେ ରାବଣ ପୋଡ଼ି ପର୍ବ ଅନୁଷ୍ଠିତ ହୋଇଛି।ଭଦ୍ରକ ରୁ ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
