(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ତା ୧୪/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆଞ୍ଚଳିକ ଡମ୍ବ ସମାଜ ଓ ଅଳ ଓଡିଶା ସିଡ୍ୟୁଲ କାଷ୍ଟ ଫେଡରେସନ ପକ୍ଷରୁ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼. ଭୀମ ରାଓ ଆମ୍ବେଦକର ଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସମବେତ ଆମ୍ବେଦକର ପ୍ରେମୀ କୋକସରା ବ୍ଲକ ଏନ ଏଚ ୨୬ ରୁ ବଙ୍ଗୋମୁଣ୍ଡା ସଂଯୋଗ କରୁଥିବା ରାସ୍ତା କୁ ରେଣ୍ଡୋ ମାଝୀ ମାର୍ଗ ନାମରେ ନାମିତ କରିଥିଲେ। ସେଠାରୁ କୋକସରା ସଦର ଆମ୍ବେଦକର ଭବନ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜୟ ଭୀମ ନାରା ଦେଇ କୋକସରା ସହର ପରିକ୍ରମା କରି ଆମ୍ବେଦକର ଭବନ ରେ ପହଞ୍ଚିଥିଲେ। ପରେ ସ୍ଥାନୀୟ କଲ୍ୟାଣ ମଣ୍ଡପ ରେ ଜନ୍ମ ଜୟନ୍ତୀ ସମାରୋହ ଅବସରରେ ଏକ ସ୍ମୃତି ଚାରଣ ସଭା ର ଆୟୋଜନ କରାଯାଇଥିଲା। ଏହି ସଭା ରେ ବାବା ସାହେବ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କ ଦେଇଥିବା ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜ ପ୍ରତି ନିଜର ଦାୟିତ୍ୱ ନିର୍ବାହ କରିବାକୁ ବକ୍ତା ମାନେ ମତ ଦେଇଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ମାର୍କଣ୍ଡ ବେମାଲ,କାର୍ଯ୍ୟକାରୀ ସଭାପତି ଗୋବର୍ଦ୍ଧନ ବାଗ, ସାଧାରଣ ସମ୍ପାଦକ ସତ୍ୟବାନ ପାଣିଗ୍ରାହୀ, ସହ ସମ୍ପାଦକ ଦଶରଥ ବାଗ, ସାବିତ୍ରୀ ବାଇ ଫୁଲେ ସଂଗଠନ ର ସଭାପତି ପ୍ରଧାନୀ ବାଗ, ସମ୍ପାଦକ ଦିଶାନ୍ତ ବେଶ୍ରା,ଟିକିଚନ୍ଦ୍ର ଧଙ୍ଗଡା ମାଝୀ,କେଶବ ଚନ୍ଦ୍ର ନାଏକ, ଧନିରାମ ପାଣିଗ୍ରାହୀ, ସଭାନେତ୍ରୀ ରେଖା ମହାନନ୍ଦ,ନିର ମହାନନ୍ଦ, ଏସ ସି ସେଲ ନେତ୍ରୀ ଇନ୍ଦୁରେଖା ବାଗ,ଶିଳ୍ପା ମହାନନ୍ଦ, ଟୁନି ମହାନନ୍ଦ,ସୁକୁମାରି ମହାନନ୍ଦ,ପିଙ୍କି ମହାନନ୍ଦ,ରିତା ବାଗ
ସମେତ ଏଓସିଏଫ ସଙ୍ଘ ବ୍ଲକ ସଭାପତି କିଶୋର ଚନ୍ଦ୍ର ନାଏକ, ସମ୍ପାଦକ ପ୍ରବୀଣ କୁମାର ପାଣିଗ୍ରାହୀ ସମେତ ଶତାଧିକ ଯୁବକ କର୍ମକର୍ତ୍ତା ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଏହାସହ ବଡ଼ ପୋଡ଼ାଗୁଡା ଓ ଲଡୁଗାଁ ଠାରେ ମଧ୍ୟ ଡକ୍ଟର ବି.ଆର ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି।
