ବ୍ରଜନଗର ମାଆ ଶ୍ୟାମା ଦଣ୍ଡ କାଳୀ ଙ୍କ ମେରୁ ପର୍ବ ଅନୁଷ୍ଠିତ।
ବ୍ରହ୍ମପୁର: ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବ୍ରଜ ନଗର ରେ ଅବସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସଙ୍କଳେଶ୍ଵର ବୈଷ୍ଣବୀ ସାତ ଭଉଣୀ ମାଆ ଶ୍ୟାମା ଦଣ୍ଡ କାଳୀ ଙ୍କ ମେରୁ ପର୍ବ ମହା ସମାରୋହ ରେ ପାଳିତ ହୋଇଯାଇଛି। ତେର ଦିନ ଦଣ୍ଡ ଯାତ୍ରା ସରିବା ପରେ ନିଜ ମନ୍ଦିର ରେ ମେରୁ ପର୍ବ ପାଳନ ହୋଇଥିଲା। ଭକ୍ତ ମାନେ ଭକ୍ତିର ଆବେଗ କୁ ମାଆ ଙ୍କ ନିକଟରେ ସମର୍ପଣ କରି ମାନସିକ ପୂରଣ କରିଥିଲେ। ଢୋଲ, ଘଣ୍ଟ ଓ କାହାଳି ରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା। ହଜାର ହଜାର ଭକ୍ତ ଦୀପ ଦାନ ଓ ମେରୁ ଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ମନ୍ଦିର ସଭାପତି ତଥା ସମାଜ ସେବି ସାଧୁ ଚରଣ ସାବତ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ପଣ୍ଡିତ ଶ୍ରୀ ବିଷ୍ଣୁ ପ୍ରସାଦ ଦାସ ଶର୍ମାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ କରାଯାଇ ଥିଲା। ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ମଧ୍ୟ ପରିବେଷଣ ହୋଇଥିଲା।
ଅଧିକାରୀ ବିଜୟ କୁମାର ବେହେରା, ନିନି ପଟ୍ଟନାୟକ, ଉଜ୍ଜଳ ବେହେରା ଓ ପାଟ ଭୁକ୍ତା କେ. ବାବୁଲା ରାଓ, ପାଟ୍ଟ ହଳିଆ ଶ୍ରୀକାନ୍ତ ଆଦି ସହଯୋଗ କରିଥିଲେ। ଏହି ଅବସର ରେ ସାମ୍ବାଦିକ ସରୋଜ କୁମାର ମହାନ୍ତି, ସମୀର ରଥ, ସୁରଜିତ ରାଉଳ ଓ ରମେଶ ବେହେରା ଓ ଅନ୍ୟାନ୍ୟ ଭକ୍ତ ମାନେ ଉପସ୍ଥିତ ରହି ମାଆ ଙ୍କ କୃପା ଲାଭ କରିଥିଲେ।
