
ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ ,, କଳାହାଣ୍ଡି ଜିଲ୍ଲା ,
କୋକସରା ଥାନା ଅନ୍ତର୍ଗତ ବେହେରା ବିଜୁ ଏକ୍ସପ୍ରେସ ଛକ ନିକଟରେ ନବରଙ୍ଗପୁର କଣ୍ଟାବାଞ୍ଜି ଯାଉଥିବା ଆମ୍ବୁଲାନ୍ସ ଧକ୍କାରେ ଜଣେ ମୃତ୍ୟୁ ଘଟିଛ। ମୃତ ଜଣକ ହେଲେ ଛଞ୍ଚାଣବାହେଲି ପଞ୍ଚାୟତ ରାବନଗୁଡା ଗ୍ରାମର ଗଣ୍ଡାରାମ ଗୋପାଳ (୨୮) ଉତ୍ତ୍ୟକ୍ତ ଲୋକେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । କୋକସରା ଆଇଆଇସି ସ୍ନିଗ୍ଧାରାଣି ସୁନା , ଧର୍ମଗଡ଼ ଆଇଆଇସି , ଧର୍ମଗଡ଼ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ।ସହ ସରକାରୀ ନିୟମ କ୍ଷତିପୂରଣ ଦେବାକୁ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରକାଶ ଯେ,ସେ ବେହେରା ବିଜୁ ଏକ୍ସପ୍ରେସ ସ୍ଥିତ ଏକ ଫାଷ୍ଟ ଫୁଡ୍ ଦୁକାନରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ଗୁରୁତର ସକାଳେ ସାଇକେଲ ଯୋଗେ ବେହେରା ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ପର୍ଲା ଡାକ୍ତରଖାନା ଆଣିଥିଲେ ହଁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ଼୍ରାଇଭର ଗାଡ଼ି ସହ ଥାନାରେ ଆତ୍ମସମର୍ପଣ କରିଥିଲେ। ଏନେଇ କୋକସରା ଥାନା ଏକ ମାମଲା ରୁଜୁହୋଇ। ତଦନ୍ତ ଚାଲିଛି।ମୃତକଙ୍କ ବିଧବା ମା, ସ୍ତ୍ରୀ ଓ ଏକ ବର୍ଷର ଶିଶୁ କନ୍ୟା ରହିଛନ୍ତି। ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଚାଲିଗଲା ପରେ ସେମାନ ଅସାହାୟ ହୋଇପଡିଛନ୍ତ।କଳାହାଣ୍ଡି ରୁ କୁଳପତି ଶବର କ ରିପୋର୍ଟ୍ ଭଞ୍ଜ ଦୂତ ନ୍ୟୁଜ