*ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା -୧୩.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ରେଡ଼କ୍ରସ ବିଭାଗର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ରସାୟନ ବିଜ୍ଞାନ ଵିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ ,ଛାତ୍ର କଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା,
ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଡ଼ ସୁରଞ୍ଜନ ପ୍ରଧାନ,ଅଧ୍ୟାପକ ଜିତେନ୍ଦ୍ର କଳସାଇ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ କ୍ୟାପଟେନ ଡ଼ ବିଷ୍ଣୁ ଦେବ ସିଂ ମଲ୍ଲିକ, ଜିଲ୍ଲା ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ପ୍ରଣତି ପଣ୍ଡା, ଅଧ୍ୟାପିକା ଡ଼ କାଜଲ ମେହେର,ଅଧ୍ୟାପିକା ସାଗରିକା ପଣ୍ଡା ,YRC ଅଧିକାରୀ ଅଧ୍ୟାପିକା ରାଜେଶ୍ୱରୀ କରୁଁଆ ,ଅଧ୍ୟାପିକା ତନୁଜା ସାହୁ ପ୍ରମୁଖ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରକ୍ତ ଦାନ ଶିବିର କାର୍ଯ୍ୟକାରୀ ହୋଇଥିଲା ।ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ରକ୍ତଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ସମସ୍ତ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ।
