*ସୁନାବେଡ଼ା ଅଭୟାରଣ୍ୟ ଢେକୁନ ପାଣି ଜଙ୍ଗଲ ରେ ମାଓ କ୍ୟାମ୍ପ ଠାବ – ବିପୁଳ ବିଷ୍ଫୋଟକ ଜବତ*
ନୂଆପଡା(ମିଖାଏଲ ନନ୍ଦ)
ତା -୧୩.୦୪.
ନୂଆପଡ଼ା- ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟର ଢେକୁନପାଣି ଗାଁ ନିକଟ ଜଙ୍ଗଲରେ ସିଆରପିଏଫ୍ ୨୧୬କୁ ଏକ ବଡ ଧରଣର ସଫଳତା ମିଳିଛି l ବିଶେଷ ସୂତ୍ରରୁ ସୂଚନା ପାଇ ସିଆରପିଫ ୨୧୬ ବାଟାଲିୟନ ଢେକୁନପାଣି ଗାଁ ନିକଟ ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରି ଥିଲେ l ସନ୍ଧନୀ କୁକୁର ସାହାଯ୍ୟରେ ମାଓ କ୍ୟାମ୍ପ ଠାବ କରା ଯାଇ ଥିଲା l କ୍ୟାମ୍ପରୁ ୭୦ ଗୋଟି ଜିଲୋଟିନ,୩ଟି ଷ୍ଟିଲ କଣ୍ଟେନୋର୍,୨ଟି ଇଞ୍ଜେକସନ ସିରିଞ୍ଜ, ୪ ବଣ୍ଡଲ ଇଲେକ୍ଟ୍ରିକ ତାର ଆଦି ଜବତ କରା ଯାଇଛି l
