
ରାୟଗଡ ଗୋଷ୍ଠି ଶିକ୍ଷା କେନ୍ଦ୍ର ଠାରେ ବିଦାୟ କାଳୀନ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ରାୟଗଡ ଗୋଷ୍ଠି ଶିକ୍ଷା କେନ୍ଦ୍ରରେ ଆଜି ଦୁଇଟା ବେଳେ ଅତିରିକ୍ତ ଗୋଷ୍ଟୀ ଶିକ୍ଷାଧିକରୀ ଏସ୍ ପାପାରାଓଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଟି ଶିକ୍ଷାଧିକାରୀ ଟି କିଶୋର କୁମର, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମନୋଜ କୁମର ବେହେରା, ଏସ ଏସ ଡି ହାଇସ୍କୁଲ ର ପ୍ରଧାନଶିକ୍ଷକ ସୁରେଶ ସାହୁକାର ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଠି ଙ୍କ ସହ ସମସ୍ତ କ୍ଲୋଷ୍ଟର ସିଆର୍ସି ବିଆର୍ଶି ଏବଂ ସମସ୍ତ ସ୍କୁଲ୍ ର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ରହି ଶ୍ରୀ ପାପା ରାଓଙ୍କ କାର୍ଯ୍ୟ ଦକ୍ଷତା ସମ୍ପର୍କରେ ଆଲୋଚନା କରି ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ।
ଗଜପତି ରୁ ଟିକି ଲିମା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର