
ଦେଉଳିଆ ଜଗନ୍ନାଥ ମନ୍ଦିରର ରନ୍ମୁଦ କାର୍ଯ୍ୟକ୍ରମ
ବହସାହି,…. ବଡସାହି ବ୍ଲକ୍ ଅଧିନ ଦେଉଳିଆ ପଂଚାୟତ ଦେଉଳିଆ ଗ୍ରାମରେ ୧୫୦ ବର୍ଷରୁ ଉର୍ଦ୍ଧ ହେବ ଜଗନ୍ନାଥଙ୍କ ରୂପରେ ପୂଜା ପାଇ ଆସୁଛନ୍ତି ପ୍ରଭୃ
ଦଧିବାମନ ଚନ୍ଦ୍ର ଜୀଉ ବୃନ୍ଦାବନ ଚନ୍ଦ୍ର ଜୀଉ । ମାତ୍ର ଅଦ୍ୟାବଧି ଠାକୁରଙ୍କ ପାଇଁ ସ୍ଥାୟୀ ମନ୍ଦିରଟିଏ ନ ଥିଲା । ସରକାରୀ ସହାୟତା ତଥା ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରୁ ଏଠାରେ ଏକ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଥିଲା । ଯାହାରକି ରତ୍ନମୁଦ ଉତ୍ସବ ଧୂମଧାମରେ ପାଳିତ ହୋଇଯାଇଛି । କେବଳ ଦଧିବାମନ ଓ ବୃନ୍ଦାବନ ଚନ୍ଦ୍ର ଜୀଉଙ୍କର ନୁହେଁ, ତା ସହିତ ନବ ନିର୍ମିତ ମା ଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର କାର୍ଯ୍ୟର ରତ୍ନମୁଦ ମଧ୍ୟ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶତାଧିକ ମହିଳା ଓ ପୁରୁଷଙ୍କର ଗହଣରେ ଗଙ୍ଗାହାର ନଦୀରୁ ଘଟ ଉତୋଳନ କରାଯାଇ କଳସ ଶୋଭାଯାତ୍ର ଗ୍ରାମ ପରିକ୍ରମା କରିଛି । ଏହି ସମୟରେ ସଂକୀର୍ତନ ମଣ୍ଡଳୀଙ୍କ ସହିତ ଜଗନ୍ନାଥଙ୍କ ରେକର୍ଡ ସଙ୍ଗୀତ ଓ ଜୟ ଜଗନ୍ନାଥ ଧ୍ଵନୀରେ ଗ୍ରାମ ପ୍ରକମ୍ପିତ ହୋଇଛି । ଏହି ସମସ୍ତ ଘଟକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ପରେ ଏକ ଆଧ୍ୟାତ୍ମିକ ପରିବେଶରେ ପୂଜା ଓ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଛି।। ଏହାପରେ ସଂକୀର୍ତନ ମଣ୍ଡଳୀଙ୍କ ସହିତ ମନ୍ଦିର ନିର୍ମାଣର ବିଶ୍ଵକର୍ମା( ମିସ୍ତ୍ରୀ) ଓ ବ୍ରହ୍ମାଣ ବରୁଣ ଓ ସାହାଡା ଗଛକୁ ପୂଜା କରାଯାଇ ବନଜାଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପୂଜା ପରେ ଗଛକୁ ଛେଦନ କରି ଆଣାଯାଇ ମିସ୍ତ୍ରୀମାନେ ଏହି କାଠରେ ଦାରୁ (ଇନ୍ଦ୍ର ଇନ୍ଦ୍ରଣୀ) ତିଆରି କରିଛନ୍ତି । ଦାରୁ ତିଆରି ହୋଇ ସାରିବା ପରେ ସଂକୀର୍ତମ ସହିତ ସେମାନଙ୍କୁ ଯଜ୍ଞ ମଣ୍ଡପକୁ ନିଆଯାଇ ବିଧିବିଧାନ ମୁତାବକ ପୂଜାର୍ଚ୍ଚନା କରାଯାଇଛି । ଏହାପରେ ସେମାନଙ୍କୁ ନେଇ ଦଧିନଉତିରେ ସ୍ଥାପନ କରାଯିବା ପରେ ରତ୍ନମୁଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଶତାଧିକ ମହିଳା, ପୁରୁଷ, ଯୁବକ, ଯୁବତୀ ଓ ପିଲାମାନେ ଏହି କାର୍ଯ୍ୟରେ ସାମିଲ ହୋଇ ନିଜନିଜ ମୁଣ୍ଡରେ ଧାନ ବୋହି ନେଇ ସେଠାରେ ପକାଇଛନ୍ତି । ଏତଦବାଦ ଶାଳଗ୍ରମା, ଅଷ୍ଟଧାତୁ, ସୁନା, ରୂପା, ଟଙ୍କା ଆଦି ଭକ୍ତମାନେ ଦଧିନଉତିରେ ପକାଉଥିବାର ଦେଖାଯାଇଛି । କର୍ତାକର୍ତୀ ଭାବେ ମନୋରଂଜନ ଗଜେନ୍ଦ୍ର ମହାପାତ୍ର ଓ ତାଙ୍କ ଧର୍ମପତ୍ନୀ ମମତା ଗଜେନ୍ଦ୍ର
ମହାପାତ୍ର ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି । ମୁଖ୍ୟ ପୂଜକ ଅକ୍ଷୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ବରେ ବ୍ରାହ୍ମଣ ମଣ୍ଡଳୀଙ୍କ ପୂଜା ପଦ୍ଧତି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶରେ ସୃଷ୍ଟି କରିଛି । ଏହି ଅବସରରେ ଗ୍ରାମ ତଥା ଅଖପାଖ ଅଂଚଳରୁ ଆସିଥିବା ଭକ୍ତମାନେ ଦାନ କରିଥିବା ଧାନ, ଚାଉଳ, ଟଙ୍କା, ସୁନା ଓ ରୂପା ଆଦିକୁ ରମୁଦରେ ଭରଣ କରାଯାଇଛି । ଯଜ୍ଞର ପୂର୍ଣ୍ଣାହୂତି ପରେ କମିଟି ପକ୍ଷରୁ କରାଯାଇଥିବା ପ୍ରସାଦ ସେବନ ବ୍ୟବସ୍ଥାରେ ଉପସ୍ଥିତ ଗ୍ରାମବାସୀ ଓ ଭକ୍ତମାନେ ସାମିଲ ହେଇ ପ୍ରସାଦ ସେବନ କରିଛନ୍ତି । ସଂନ୍ଧ୍ୟାରେ ଚକାଡୋଳା ଭଜନ ସଂନ୍ଧ୍ୟା ଗ୍ରୁପ ଦ୍ବାରା ଆକର୍ଷଣୀୟ ଭଜନ ପରିବେଷଣ ହୋଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରିଛନ୍ତି ।