
ସତ୍ୟସେବା ଫାଉଣ୍ଡେସନ ପକ୍ଷରୁ ଦହି ସରବତ ବଣ୍ଟନ
ବାରିପଦା
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସତ୍ୟ ସେବା ଟ୍ରଷ୍ଟ ପକ୍ଷରୁ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା. ଦିନକୁ ଦିନ ତାତି ପ୍ରବଳ ମାତ୍ରାରେ ବଢ଼ିବାରେ ଲାଗିଛି. ପ୍ରବଳ ଖରା ସତ୍ତ୍ୱେ ଅକ୍ଷୟ ତୃତୀୟା ଥିବାରୁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା. ଏହି କାର୍ଯ୍ୟକ୍ରମକୁ ସତ୍ୟ ସେବା ଫାଉଣ୍ଡେସନର ଟ୍ରଷ୍ଟି ରସ୍ମିତା ପାତ୍ରଙ୍କ ସହ ସଦସ୍ୟ ରଜତ ପଣ୍ଡା, ନଭ୍ୟାବନିତା ପଣ୍ଡା, ଶୁଭାଶିଷ ସାହୁ, ଦେବାଶିଷ ସାହୁ, ବିନୟ ବେହେରା, ଚନ୍ଦ୍ରକାଳି ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ପ୍ରବୋଧ କୁମାର ଦାସ, ଲିପୁ ମିଶ୍ର, ଅନିମା ମିଶ୍ର, ଲିପୁ ବାରିକ, ଆକାଶ ମହାନ୍ତି ସମେତ ସାମ୍ବାଦିକ ଦୀପକ ନାୟକ, ଲକି ଜେନା, ଦିଲ୍ଲୀପ ପାତ୍ର ଓ ସୁଭସ୍ମିତା ବେହେରା ଙ୍କ ସହ ଅନେକ ସମାଜସେବୀ ମଧ୍ୟ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ.