ବୃନ୍ଦାବନର କାଶୀ ଘାଟରେ ଦୁର୍ଘଟଣା: ଯମୁନା ନଦୀ ରେ ଡଙ୍ଗା ଓଲଟି ୧୦ମୃତ
ଉତ୍ତର ପ୍ରଦେଶର: ମଥୁରା ଜିଲ୍ଲା ର ଯମୁନା ନଦୀ କାଶୀ ଘାଟରେ ଏକ ଡଙ୍ଗା ଓଲଟି ୧୦ ମୃତ ହୋଇଥିବା ସୂଚନା ମିଳିଛି। ୧୧ ଜଣ ନିଖୋଜ ଅଛନ୍ତି। ନିଖୋଜ ଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ର ସହାୟତା ନିଆଯାଇଛି। ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୦ ଜଣଙ୍କୁ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ମୃତକମାନେ ପଞ୍ଜାବରୁ ତୀର୍ଥଯାତ୍ରା ରେ ଆସିଥିଲେ। ମଥୁରା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କହିବା ଅନୁସାରେ ପ୍ରାୟ ୩୨ ଜଣ ବ୍ୟକ୍ତି ଏକ ଡଙ୍ଗାରେ ଯମୁନା ନଦୀର ଆସୁଥିବା ବେଳେ ଏହା ଏକ ସେତୁ ର ପିଲର ରେ ଧକ୍କା ଖାଇଥିଲା। ଫଳରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। କିଛି ଲୋକ ପହଁରା ପହଁରି ଘାଟ କୁ ଆସିଥିବା ବେଳେ ଅନ୍ୟ କିଛି ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।
