ବାଇକ ଦୁର୍ଘଟଣାରେ ଜଣେ ଗୁରୁତର
କାମାକ୍ଷାନଗର, କାମାକ୍ଷାନଗର ସହରର କଲେଜ ବାଇପାସ ଠାରେ ବାଇକ ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ସ୍ଥାନାନ୍ତର ହୋଇଥିବାର ଜଣାଯାଇଛି l ସହରର ମୁଣ୍ଡିଦେଉଳି ବସ୍ତିର ମନୋଜ ସାହୁ ଏକ ସ୍କୁଟିରେ କଲେଜ ବାଇପାସ ଦେଇ ଯାଉଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ବାଇକ ଧକ୍କା ଦେଇଥିଲା l ଫଳରେ ମନୋଜ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ମନୋଜଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l
