ଯାତ୍ରୀବାହୀ ବସ୍ ର ଉଭରଟେକ ପାଇଁ ଟ୍ରକ ହେଲା ଦୁର୍ଘଟଣା ଗ୍ରସ୍ତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ବସ୍ ଟାଇମ୍ ସେଣ୍ଟ୍ରାଲ ଟାଇମ୍ ହେବା ଫଳରେ ବସ୍ ମାନେ ଗାଡ଼ିର ଗତି କୁ ଅଧିକ ରୁ ଅଧିକ ଦ୍ରୁତ ଗତିରେ ଚଲାଉଥିବା ଲକ୍ଷ୍ୟ ହେଉଛି। ସୂଚନାଯୋଗ୍ୟ ଆଜି ପ୍ରାୟ ଦିନ ୩ଟା ବେଳେ ସୋର ବାଲେଶ୍ଵର ବସ୍ ଷ୍ଟାଣ୍ଡ ରେ ରାଜାବାବୁ ନାମକ ଯାତ୍ରୀବାହୀ ବସ୍ ହଠାତ୍ ଡାହାଣ କୁ ଉଭରଟେକ କରି ବାଲେଶ୍ଵର ଅଭିମୁଖେ ଯିବା ସମୟରେ ପଛରୁ ଆସୁଥିବା ଡବ୍ଲୁ ବି ୪୯ ଏନ୍ ୦୨୧୨ ନମ୍ବର ବିଶିଷ୍ଟ କୋଇଲା ବୋଝେଇ ଟ୍ରକ ଟି ବାମପାର୍ଶ୍ୱ ରେ ଥିବା ଡିଭାଇଡର ସହ ଧୋକା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ସମୟରେ ଟ୍ରକ ଡ୍ରାଇଭର ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଟ୍ରକ ଟି ବାଇପାସ୍ ମାଡ଼ି ନ ଆସି ଜାତୀୟ ରାଜପଥ ଉପରେ ଅଟକି ଯାଇଥିଲା। ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ ସାହାର୍ଯ୍ୟରେ ଟ୍ରକ ଟି କୁ ଜାତୀୟ ରାଜପଥ ରୁ ହଟାଇଥିଲା। ବାରମ୍ବାର ସୋର ବସ୍ ଷ୍ଟାଣ୍ଡ ରେ ବିଭିନ୍ନ ବସ୍ ମାନଙ୍କର ପ୍ରତିଯୋଗିତା ମୂଳକ ଯାତ୍ରୀ ଉଠାଇବା ସମୟରେ ଜାତୀୟ ରାଜପଥ ଉପରେ ଜାମ୍ ହେବା ଫଳରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି। ଏ ବିଷୟରେ ସ୍ଥାନୀୟ ପୋଲିସ ପ୍ରଶାସନ ମିଳିତ ଭାବରେ ତଦାରଖ କରିବାକୁ ଜନସାଧାରଣ ଦାବି କରିଛନ୍ତି।
