କାଳବୈଶାଖୀ ବର୍ଷା ପାଇଁ ଯାତ୍ରା ବନ୍ଦ, ଥାନାରେ ମାମଲା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନି ପ୍ର)::: ଯାତ୍ରା କମିଟି ଓ ଯାତ୍ରା ପାର୍ଟି ମଧ୍ୟରେ ବଚସା ହେବାରୁ ଘଟଣା ଯାଇ ଥାନା ରେ ପହଞ୍ଚିଛି । ସୂଚନା ଅନୁସାରେ ଉଡା ଯାତ୍ରା ଉପଲକ୍ଷେ ବଜରଙ୍ଗୀ ଯାତ୍ରା କମିଟି ତରଫରୁ ଅପ୍ରେଲ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଶିରାପୁର ଖେଳ ପଡ଼ିଆରେ ପାର୍ବତୀ ଗଣନାଟ୍ୟ ଯାତ୍ରା ପରିବେଷଣ କରିବାର ଥିଲା। ଏଥିପାଇଁ ଯାତ୍ରା କମିଟି ତରଫରୁ ଅଗ୍ରୀମ ୨.୫ ଲକ୍ଷ ଟଙ୍କା ସଂପୃକ୍ତ ଯାତ୍ରା ପାର୍ଟି ଦିଆଯାଇଥିଲା।ଦୁଃର୍ଭାଗ୍ୟ ବସତଃ ପ୍ରଥମ ଦୁଇ ଦିନ କାଳବୈଶାଖୀ ବର୍ଷା ପବନ ହେତୁ ଯାତ୍ରା ପରିବେଷଣ ବନ୍ଦ ଥିଲା। ଯାତ୍ରା କମିଟି ପାର୍ଟି କୁ ସମସ୍ତ ଟଙ୍କା ଫେରସ୍ତ କରିବାକୁ କହିଥିବା ବେଳେ ଯାତାୟତ ଖର୍ଚ୍ଚ ତଥା ଖାଇବା ବାବଦ କୁ ୧ ଲକ୍ଷ ଟଙ୍କା ରଖି ବାକି ୧.୫ ଲକ୍ଷ ଟଙ୍କା ଫେରସ୍ତ କରିବ ବୋଲି କହିଥିଲା। କିନ୍ତୁ ଯାତ୍ରା କମିଟି ଏଥିରେ ରାଜି ନହୋଇ ଯାତ୍ରା ର ସମସ୍ତ ଗାଡିକୁ ଅଟକ ରଖିଥିଲା। ଯାତ୍ରା ପାର୍ଟି ଓ ଯାତ୍ରା କମିଟି ମଧ୍ୟରେ ମତାନ୍ତର ହେବାରୁ ଉଭୟ ପକ୍ଷରୁ ସୋର ଥାନା ରେ ଲିଖିତ ଅଭିଯୋଗ କରାଯାଇଥିଲା । ଥାନା ତରଫରୁ ଉଭୟ ପକ୍ଷ ଙ୍କୁ ଡକାଯାଇ ସମସ୍ତଙ୍କୁ ସୁହାଇଲା ଭଳି ଅର୍ଥ ଫେରସ୍ତ କରିବାକୁ ଯାତ୍ରା ପାର୍ଟି କୁ କୁହା ଯାଇଥିଲା। ଏଥିରେ ଯାତ୍ରା ପାର୍ଟି ରାଜି ହୋଇବା ପରେ କମିଟି ତରଫରୁ ଅଟକ ରଖାଯାଇଥିବା ଗାଡି ଗୁଡିକ ଛଡା ଯାଇଥିଲା।
