ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଗୋରୁ ମୃତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର): ସୋର ବ୍ଲକ ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମର ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଗୋରୁ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଏହି ଗ୍ରାମର କରୁଣାକର ଶଙ୍ଖୁଆ ଓ ତାଙ୍କ ପଡୋଶୀଙ୍କ ଗୋରୁ ନିକଟରେ ଥିବା ବିଲକୁ ଚରିବାକୁ ଯାଇଥିଲେ। ସକାଳେ ହୋଇଥିବା ଝଡ ତୋଫାନରେ ଉକ୍ତ ବିଲରେ ଏଗାର କେଭିର ତାର ଛିଣ୍ଡି ପଡିଥିଲା। ଫଳରେ ବିଦ୍ୟୁତ ଆସି ତିନୋଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା।ଖବର ପାଇ କରୁଣାକର ଓ ତାଙ୍କ ପଡୋଶୀ ଗୋରୁ ମାନଙ୍କ ର ମୃତ ଶରୀର ଉଦ୍ଧାର କରିବା ସହିତ କ୍ଷତିପୁରଣ ପାଇଁ ଦାବି କରିଛନ୍ତି। ଏସଡିଓ ମନୋରଞ୍ଜନ ବେହରାଙ୍କ ସହ ଯୋଗାଯୋଗ କରିବାରୁ ଯାହା ସହାୟତା କରାଯାଇପାରିବ ଆମେ କରିବୁ ବୋଲି କହିଥିଲେ।
