ମହାଦେବଙ୍କ ୪୮ତମ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : ସୋର ବ୍ଲକ ନଦୀଗାଁ ସ୍ଥିତ ଶ୍ରୀ ଶ୍ରୀ ନନ୍ଦିକେଶ୍ବର ମହାଦେବଙ୍କ ପୀଠରେ ୪୮ ତମ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ତିନିଦିନ ବ୍ଯାପି ଅନୁଷ୍ଠିତ ହୋଇଯାଇଛି | ମଙ୍ଗଳବାର ଦିନ ପ୍ରତ୍ଯୁଷରୁ ଘଟତ୍ତୋଳନ କରାଯାଇ ୧୦ ଜଣ କର୍ମକାଣ୍ଡ ବେଦ ବିଶେଷଜ୍ଞ ବ୍ରାହ୍ମଣଙ୍କ ଦ୍ବାରା ନିତିକାନ୍ତୀ ଅନୁସାରେ ଯଜ୍ଞ କର୍ମ କରାଯାଇଥିଲା | ମୁଖ୍ଯ ପୂଜକ ଗଙ୍ଗାଧର ତ୍ରିପାଠୀ ଙ୍କ ସହିତ ପ୍ରଧାନ ହୋତା ପିତାମ୍ବର ଦାଶ,ଶିବ ପୂଜକ ସୁଶାନ୍ତ ମିଶ୍ର,ନବକିଶୋରମିଶ୍ର, ପୁସ୍ତକାଚାର୍ଯ୍ଯ ପ୍ରାଣବନ୍ଧୁ ପଣ୍ଡା,ଚଣ୍ଡୀ ପାଠକ ଅଶୋକା ନନ୍ଦ ଦାଶ ,ଜଗନ୍ନାଥ ପଣ୍ଡା ଓ ରବୀନ୍ଦ୍ର ପଣ୍ଡା ପୂଜାକାର୍ଯ୍ୟ କରିଥିଲେ। ବୁଧବାର ରାତ୍ର ୮ ଘଟିକା ସମୟରେ ପୂର୍ଣ୍ଣାହୁତି ଦିଆଯାଇ ଯଜ୍ଞ କାର୍ଯ୍ଯ ସମ୍ପନ୍ନ କରାଯାଇଥିଲା । ରବୀନ୍ଦ୍ର ନାୟକ,ଶଶିକାନ୍ତ ମଲ୍ଲିକ,ବିଶ୍ବଜିତ ମହାନ୍ତି ଓ ଖଗେଶ୍ବର ମହାନ୍ତି ପ୍ରମୁଖ ପରିଚାଳନା କରିଥିବା ବେଳେ ଅନ୍ୟ ଗ୍ରାମବାସୀମାନେ ସହଯୋଗ କରିଥିଲେ ।
