(କଳାହାଣ୍ଡି.ରମେଶ ଅଗ୍ରୱାଲ.)ଭବାନୀପଟଣା ସ୍ଥିତ ଏବିସିଏସ୍ ଅଫ୍ ଇନ୍ସ୍ଟିଟ୍ୟୁସନ୍ର ୧୮ତମ ସ୍ଥାପନା ଦିବସ ଏବଂ ବାର୍ଷିକ ଉତ୍ସବ ଭବ୍ୟ ଓ ଉତ୍ସାହମୟ ପରିବେଶରେ ପାଳନ କରାଗଲା। ଏହି ଅବସରରେ ସଂସ୍ଥାନ ପ୍ରାଙ୍ଗଣରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯେଉଁଥିରେ ଶିକ୍ଷା ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ତହସିଲଦାର ଶ୍ରୀ ଖିରୋଦ ନାଗ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀନାଥ ହଣ୍ଡ, ଦୁର୍ଯ୍ୟୋଧନ ରଣା, ମହେନ୍ଦ୍ର ଛୋଟା ଓ ମୁଖ୍ୟ ବକ୍ତା ଭାବେ ଜୟପ୍ରକାଶ ନାରାୟଣ ସନ୍ଧ୍ୟା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଛବିଲାଲ ସାହୁ ମଞ୍ଚରେ ବିରାଜମାନ ଥିଲେ। ସଂସ୍ଥାନର ପ୍ରବନ୍ଧ ନିର୍ଦ୍ଦେଶକ ସୁରେଶ କୁମାର ପ୍ରଧାନ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।
ସମାରୋହରେ ମୁଖ୍ୟ ବକ୍ତା ଓ ଅତିଥିମାନେ ଶିକ୍ଷାର ଗୁରୁତ୍ୱ ବିଷୟରେ ଆଲୋକ ପାତ କରିଥିଲେ ଏବଂ କହିଥିଲେ ଯେ ଶିକ୍ଷା ହେଉଛି ସେହି ଶକ୍ତିଶାଳୀ ଅସ୍ତ୍ର, ଯାହା ଦ୍ୱାରା ସମାଜର ସମସ୍ତ ସମସ୍ୟାର ସମାଧାନ ସମ୍ଭବ। ଏକ ଉନ୍ନତ ରାଷ୍ଟ୍ର ଗଠନରେ ଶିକ୍ଷିତ ଯୁବମାନଙ୍କର ଭୂମିକା ଅତ୍ୟନ୍ତ ଜରୁରୀ।
ଅତିଥିମାନେ ଯୁବମାନଙ୍କୁ ଅନୁଶାସନ ଓ ସମୟନିଷ୍ଠାକୁ ଜୀବନର ଅଂଶ କରିବା ପାଇଁ ପ୍ରେରିତ କରିଥିଲେ, ଯାହାଦ୍ୱାରା ସେମାନେ ଦେଶର ଉନ୍ନତିରେ ନିଜର ମୂଲ୍ୟବାନ ଅବଦାନ ରଖିପାରିବେ। ସଂସ୍ଥାନର ଅଧ୍ୟକ୍ଷ ଅଭିମନ୍ୟୁ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ଓ ଉପାଧ୍ୟକ୍ଷ ଶାନ୍ତନୁ କୁମାର ବାଗ ବାର୍ଷିକ ପ୍ରଗତି ପ୍ରତିବେଦନ ପ୍ରସ୍ତୁତ କରିଥିଲେ।
ଶିକ୍ଷା ଓ ଅନ୍ୟ କାର୍ଯ୍ୟକଳାପରେ ଉତ୍କୃଷ୍ଟ କାର୍ୟଦକ୍ଷତା ଦେଖାଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା। ସମାରୋହର ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟକ୍ରମ ପ୍ରଦର୍ଶିତ ହୋଇଥିଲା, ଯାହା ଉପସ୍ଥିତ ସମସ୍ତଙ୍କୁ ଆକର୍ଷିତ କରିଥିଲା। ସଂସ୍ଥାନର ସମସ୍ତ ଶିକ୍ଷକ ଓ ଶିକ୍ଷିକାମାନେ କାର୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ
