*ଓଡ଼ିଆ ପକ୍ଷ ଅବସରରେ ଖରିଆର ରୋଡ ବିଜ୍ଞପିତ ଦ୍ଵାରା ମୁଣ୍ଡା ଗାଁରେ ସ୍ୱଚ୍ଛତା ଅଭିଯାନ ସଫା ହେଲା ଗାଁ ପୋଖରୀ ଓ ମନ୍ଦିର ମୁଣ୍ଡା ଗାଁର।*
ନୂଆପଡା(ମିଖାଏଲ ନନ୍ଦ)
ତା-୦୬/୦୪
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ ଆଜି ନୂଆପଡା ଜିଲ୍ଳା ଅନ୍ତର୍ଗତ ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ର ମୁଣ୍ଡା ଗାଁରେ ଏକ ବିଶାଳ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଆଭିମୁଖ୍ୟକୁ ନେଇ ଗ୍ରାମର ମୁଖ୍ୟ ପୋଖରୀରୁ ଦଳ ଓ ଆବର୍ଜନା ସଫା କରାଯାଇଛି।
ଏହି ଅଭିଯାନରେ ଖରିଆର ରୋଡ ବିଜ୍ଞାପିତ ର ଇଓ ସାର କାମଳସନ ରଥ ଏବଂ ତାଙ୍କର ସହଯୋଗୀ ମାନେ, ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ [
ପୋଖରୀ ଭିତରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ ଅନାବନା ଘାସ ସଫା କରାଯିବା ସହ ପୋଖରୀ ହୁଡ଼ାରେ ଚୂନ ଓ ବ୍ଲିଚିଂ ପାଉଡର ପକାଯାଇ ବିଶୋଧନ କରାଯାଇଛି।ପୋଖରୀ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଗ୍ରାମବାସୀଙ୍କୁ ଶପଥ ପାଠ କରାଯାଇଥିଲା।ଲୋକମାନେ ନିଜ ପରିବେଶକୁ ସଫା ରଖିବା ସହ ଏହାର କିପରି ଯତ୍ନ ନେବା ସେଇ ବିଷୟରେ ସଚେତନତା କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଚ୍ଚ ପ୍ରଶଂସା କରାଯାଇଥିବା ବେଳେ, ଏହା ଗ୍ରାମର ପାରମ୍ପରିକ ଜଳାଶୟକୁ ପୁନରୁଦ୍ଧାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।ସ୍ୱଚ୍ଛତା ହିଁ ସୁସ୍ଥ ଜୀବନର ମୂଳଦୁଆ। ଆସନ୍ତୁ ସମସ୍ତେ ମିଶି ଆମ ପରିବେଶକୁ ସୁନ୍ଦର କରିବା।ଆମ ଗାଁ, ଆମ ଗର୍ବ।
୧. “ପୋଖରୀ ପାଣି ରଖିବା ସଫା, ମୁଣ୍ଡା ଗାଁ ହେବ ସବୁଠୁ ଅଲଗା।”
୨. “ଓଡ଼ିଆ ପକ୍ଷର ଏହି ଶପଥ, ସ୍ୱଚ୍ଛତା ହେବ ଆମର ପଥ।”
୩. “ଗାଁ ପୋଖରୀ ଆମ ସମ୍ପଦ, ସଫା ରଖିଲେ ଦୂରେଇବ ବିପଦ।”
୪. “ସ୍ୱଚ୍ଛ ମୁଣ୍ଡା ଗାଁ, ନିର୍ମଳ ଓଡ଼ିଶା।”
