ରଣପୁର ମା ମଣିନାଗ ମନ୍ଦିର ପରିସରରେ”ସ୍ଵଚ୍ଛ ଓଡ଼ିଶା ଦିବସ”,,,, ଯୋଗଦେଲେ ବାଚସ୍ପତି ସୁରମା ପାଢୀ,,।
*********************
ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ ଅବସର ରେ ଆଜି ୬ ଏପ୍ରିଲ
“ସ୍ୱଚ୍ଛ ଓଡ଼ିଶା ଦିବସ” ଉପଲକ୍ଷେ ମା ମଣିନାଗ ମନ୍ଦିର ପରିସର ରେ ବ୍ଲକ୍ ଓ ଏନଏସି ପ୍ରଶାସନ ତରଫରୁ ମିଳିତ ସଫେଇ ଅଭିଯାନ କରାଯାଇଥିଲା। ଏଥିରେ ଓଡିଶା ବିଧାନ ସଭା ର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇ ସମସ୍ତଙ୍କୁ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ଉପଦେଶ ଦେଇ ନିଜେ ଏହି ମହାନ କାର୍ଯ୍ୟରେ ସାମିଲ ହୋଇଥିଲେ। ଏନଏସି ର ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ୍ ମହାନ୍ତି, ସମସ୍ତ କାଉନସିଲର, ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନ, ବିଡ଼ିଓ ମନୋଜ କୁମାର ନାୟକ, ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ଵମ୍ଭର ମହାପାତ୍ର, ସମାଜ, ବ୍ଲକ୍ ଓ ଏନଏସି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ୧୦୦ ରୁ ଉର୍ଦ୍ଧ୍ୱ SHG ର ସଭ୍ୟା,
ସ୍ବଚ୍ଛସାଥୀ , ସଫେଇ ମିତ୍ର ଉପସ୍ଥିତ ରହି ଏ କାର୍ଯ୍ୟ କ୍ରମ କୁ ସଫଳ କରିଥିଲେ।
