କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
Slug_ଜଲ୍ଲାଦ ସ୍ଵାମୀର ଉନ୍ମତ୍ତ କାଣ୍ଡ
ଟଙ୍କା ନ ଦେବାରୁ ସ୍ତ୍ରୀକୁ ମାରି ପୋତିଦେଲା ନିଜ ଚାଷ ଜମିରେ ।
ହତ୍ୟା ପରେ ଭାବୁକ ହୋଇ ନିଜେ କୀଟନାଶକ ପିଇ ଜଲ୍ଲାଦ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ ।
Anchor_କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଲ୍ଲାଦ ସ୍ୱାମୀ ସ୍ତ୍ରୀଙ୍କୁ ଟଙ୍କା ମାଗିଵାରୁ ଟଙ୍କା ନ ଦେବା ଫଳରେ ନିଜ ଚାଷ ଜମିରେ ସ୍ତ୍ରୀକୁ ହତ୍ୟା ହତ୍ୟା କରି ନିଜ ଚାଷଜମିରେ ପୋଟିଦେବା ପରେ ସ୍ୱାମୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଭଳି ଘଟଣା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ସନ୍ୟାସୀ କୁଣ୍ଡାମାଲ ଗ୍ରାମର ପ୍ରମୋଦ ଚନ୍ଦନ ଓ ସ୍ତ୍ରୀ କସ୍ତୁରୀ ଚନ୍ଦନ ଘାସ ସଫା କରିବାକୁ ନିଜ ଚାଷଜମିକୁ ଯାଇଥିଲେ । ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ମନା କରିଦେବାରୁ ରାଗରେ ଫାଉଡାରେ ମାରି ନିଜ ସ୍ତ୍ରୀ କୁ ହତ୍ୟାକଲା ସ୍ୱାମୀ । ହତ୍ୟା ପରେ ନିଜ ଚାଷ ଜମିରେ ପୋତିଦେଇ ଘରକୁ ଯାଇଥିଲା । ଘରକୁ ଯାଇ ପରେ ସେ ଭାବୁକ ହୋଇ ବିଷ ପିଇଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିସ୍ୟା ହେଉଛନ୍ତି । ପ୍ରଥମେ ହତ୍ୟାକାରୀ ସ୍ୱାମୀ ଶବ କୁ କେନାଲ ରେ ଫିଙ୍ଗି ଦେଇଥିବା କହୁଥିବା ବେଳେ ପରବର୍ତ୍ତି ସମୟରେ ଜମିରେ ପୋତି ଦେଇଥିବା ନେଇ ଗ୍ରାମବାସୀ ଦେଖିବାକୁ ପାଇଥିଲେ ଓ ଶବକୁ ଉଦ୍ଧାର କରିଥିଲେ । ମାଁକୁ ହତ୍ୟା କରିଥିବା ନେଇ ପୁଅ ର ଅଭିଯୋଗ ପରେ ଜୁନାଗଡ଼ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ବାଇଟ-୧-କରୁଣାକର ଗୋପାଳ, ସମ୍ପର୍କୀୟ
ବାଇଟ-୨-ଶେଷଦେଵ ବେହେରା, ଆଇଆଇସି, ଜୁନାଗଡ଼, ଥାନା ।
