ଆଙ୍କୁରମ୍ କିଡ୍ସ ପ୍ଲେ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବାଲିଗୁଡ଼ା ୩୧/୨୬ : (ନି.ପ୍ର) ବାଲିଗୁଡା ପୂଜାରୀ ସାହି ରେ ଅବସ୍ଥିତ ଆଙ୍କୁରମ କିଡ୍ସ ସ୍କୁଲ ର ଦ୍ୱିତୀୟ ବାର୍ଷିକ ଉତ୍ସବ ୩୦ ରିଖ ସୋମବାର ଦିନ ପାଳିତ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ମଧୁସୂଦନ ମହାପାତ୍ର , ମୁଖ୍ୟ ବକ୍ତା ଶ୍ରୀ ରଞ୍ଜିତ୍ କୁମାର ପ୍ରଧାନ, ଅତିଥି ଭାବରେ ଶ୍ରୀମତୀ ଜ୍ୟୋସ୍ନାମୟୀ ସାହୁ, ଶ୍ରୀ ଗୌରୀ ଶଙ୍କର ପାଢ଼ୀ, ସଭାପତି ଅମୂଲ୍ୟ ନାୟକ ଓ ଅଧକ୍ଷ ଶ୍ରୀ କବି ସୌରଭ କୈଳାଶ ବେହେରା ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମ ର ଆୟୋଜନ ତଥା ସ୍କୁଲ ପରିଚାଳକ କାହ୍ନା ଡାକୁଆ ଓ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ସେହି ଭିତରେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ଅତିଥି ମାନେ ପ୍ରଦାନ କରିଥିଲେ।ପିଲାଙ୍କ ଦ୍ୱାରା ଆୟୋଜିତ ରଙ୍ଗା ରଙ୍ଗ କାର୍ଯକ୍ରମ ବେଶ୍ ଚିତାକର୍ଷକ ହୋଇଥିଲା ।ଏହି ବାର୍ଷିକ ଉତ୍ସବ ରେ ସମସ୍ତ ଅଭିଭାବକ ଓ ବାଲିଗୁଡା ବସି ବହୁ ସଂଖ୍ୟାରେ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲ ର ପରିଚାଳକ କାହ୍ନା ଡାକୁଆ ସମସ୍ତ ଙ୍କ ପାଇଁ ଭୋଜି ର ଆୟୋଜନ କରିଥିଲେ।ଅଲ୍ କେ ଜି ଶ୍ରେଣୀ ର ସ୍ୱସ୍ତିକ ସାହୁ ଚଳିତ ବର୍ଷର ଷ୍ଟୁଡେଣ୍ଟ ଅଫ୍ ଦି ୟର ବିବେଚିତ ହୋଇ ମୁଖ୍ୟ ଅତିଥି ହାତରୁ ପୁରସ୍କାର ଅର୍ଜନ କରିଥିଲେ।
