ତାଲୁକ୍ ଆଇନ ସେବା କମିଟି ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା ଶିବିର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)- ସୋର ଗାନ୍ଧି ସେବା ସଂଘ ପୁରୁବାଈ କନ୍ୟାଶ୍ରମ ପରିସରରେ ସୋର ତାଲୁକ୍ ଆଇନ ସେବା କମିଟି ତରଫରୁ ନାଲସାର ନିର୍ଦ୍ଦେଶ କ୍ରମେ ଏକ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରାମ ଅନୁଷ୍ଠିତ ହୋଇଥିଲା । ସରକାରୀ ଆଇନଜୀବୀ କାହ୍ନୁଚରଣ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ସୋର ଆଇନ ସହାୟତା କମିଟିର ସଭାପତି ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ମୀନାକ୍ଷୀ ଦାସ ଯୋଗ ଦେଇ ବାଲ୍ୟ ବିବାହ ନିରୋଧ ଆଇନ-୨୦୦୬ ଅନୁସାରେ ୧୮ ବର୍ଷରୁ କମ୍ ଝିଅ ଏବଂ ୨୧ ବର୍ଷରୁ କମ୍ ପୁଅମାନଙ୍କର ବିବାହ ନିଶିଦ୍ଧ କରାଯାଇଛି। ଏ ସଂପର୍କରେ କେବଳ ଆଇନ ପ୍ରଣୟନ ହୋଇଗଲେ ହେବ ନାହିଁ ଏଥି ପାଇଁ ଜନ ସଚେତନତା ଜରୁରୀ । ଏହା ଦ୍ୱାରା ସାମାଜିକ, ପାରିବାରିକ ଏବଂ ଶାରୀରିକ କ୍ଷତି ସଂପର୍କରେ ସମସ୍ତେ ଅବଗତ ହେବା ଆବଶ୍ୟକ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପଲ୍ମବୀ ଦାସ ଯୋଗଦେଇ ବାଲ୍ୟ ବିବାହ ମୁକ୍ତ ପାଇଁ କ୍ଷେତ୍ରରେ ଜନ ସଚେତନତା ଅନ୍ୟନ୍ତ ଜରୁରୀ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୁବାଈ କନ୍ୟାଶ୍ରମର ସଂପାଦିକା ସୁମତି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଲିଗାଲ ଏଡ୍ ରିଟର୍ଣ୍ଣର ଭବ ଶଙ୍କର ଦାସ ଆଲୋଚନା ଅଂଶ ଗ୍ରହଣ କରି ଆଇଗତ ସାମାଜିକ ଦିଗ ଉପରେ ଆଲୋଚନା କରିଥିଲେ । ଶେଷରେ ମହେଶ୍ୱର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କୋର୍ଟ କର୍ମଚାରୀ ଜ୍ୟୋତି ପ୍ରକାଶ ସେଠୀ, ବିଶ୍ୱରଂନନ ବାରିକ ଓ ସ୍ୱେଚ୍ଛାସେବୀ ସନତ ପାତ୍ର, ତପସ୍ୱିନୀ ପାତ୍ର , ଶିଶିକାନ୍ତ କର, ସୁକାନ୍ତୀ ସାହୁ , ପୁରୁବାଇ କର୍ମଚାରୀ ମାନେ ସହଯୋଗ କରିଥିଲେ।
