ଆଜି ମୁଣ୍ଡା ଶାସନ ଗୁଟଗାମ ର ସଂଗଠନ ସଭାପତି ମନରଞ୍ଜନ ସିଂ ଙ୍କ ତତ୍ତ୍ୱାବଧାନ ରେ କୁଳିଅଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ ମୁର୍ମୁ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ,ସ୍ୱାଧୀନତାର 78 ବର୍ଷ ବିତି ଯାଇଥିବା ସ୍ଵତେ ବର୍ତମାନ ଆଦିବାସୀ ସମ୍ପ୍ରଦାୟ ପ୍ରତି ସଂପୂର୍ଣ୍ଣ ଅବହେଳା କରାଯାଉଅଛି I ଦାବି ଗୁଡିକ ହେଲା ଯଥା:-
1- ମୋବାଇଲ ଟାୱାର :-ନାହିଁ ନଥିବା ଗ୍ରାମ , କଖାରୁଶୋଳ , ତୁଳସିବନି ,କାଠଗଣ୍ଡିଆ ,ଲଦମବନି ,ବାଣ୍ଡବ,ନୁହଁମାଳିଆ ,ଶ୍ରୀଚନ୍ଦନପୁର ,ବୋରାଗେଞ୍ଜା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
2- ନୂତନ ଅନଙ୍ଗବାଡି କେନ୍ଦ୍ର ଗୃହ , କଖାରୁଶୋଳ I
3- ତୁଳସିବଣି ରୁ କଖାରୁଶୋଳ ,ଶ୍ରୀଚନ୍ଦନପୁର ଯାଏଁ ,ପ୍ରଦାନମନ୍ତ୍ରୀ ସଡକ ହେବାଦରକାର ଓ, କଖାରୁଶୋଳ ରୁ ସୁନାରୀଆ, କଖାରୁଶୋଳ ରୁ କୁଶାଲବନ୍ଧ ସଡକ ହେବାଦରକାର I
4- କଖାରୁଶୋଳ,ବଣ୍ଡାବ ,ଚାନ୍ଦୁଆ ଗ୍ରାମରେ ଭଗବାନ ବିରସାମୁଣ୍ଡା ,ଅଲଗୁରୁ ରାଇଦାସ ସିଂ ନାଗ ,ମାରାଙ୍ଗ ଗୋଂକେ ଜୟପାଲ ସିଂ ମୁଣ୍ଡା ,ସିଦୁ କାଁହୁଙ୍କ ପ୍ରତିମୂର୍ତୀ ଉନ୍ନତ୍ତିକରଣ ଓ STREET I LIGHT,ଗ୍ରାମପଞ୍ଚଯାତ -ଚାନ୍ଦୁଆ ଓ (ସରଗଛିଡା ଗ୍ରାମପଞ୍ଚୟତ ର ହାତିବାରୀ ଗ୍ରାମ ଅବସ୍ଥିତ )
5- ବାଉଁଶବଣିରୁ ସ୍ୱର୍ଗଛିଡ଼ା,ଦେଇ ଦୁଧକୁଣ୍ଡି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ କରାଯାଉ I
6- ଚାନ୍ଦୁଆ ଆଶ୍ରମ ରୁ ଚାରମଣିଆ ଛକ ଦେଇ ହାତିବାରୀ ଗ୍ରାମକୁ ସଡକ ମରାମତି କରାଯାଉ ଓ ବହୁଗୁଡାକାଟା ପ୍ରାଥମିକ ବିଦ୍ୟାଳୟ ରୁ ଭୋଲବେଡା ନୂତନ ପ୍ରଧାନ ମନ୍ତ୍ରୀ ସଡକ କରାଯାଉ I
7- ବଣ୍ଡାବ ରୁ ଦୁଧକୁଣ୍ଡି ଦେଇ ବଙ୍କାଅଳା ନୂତନ ପ୍ରଧାନ ମନ୍ତ୍ରୀ ସଡକ କରାଯାଉ ବୋଲି ଦାବି କରି ଥିଲେ I ଉପସ୍ଥିତ ଥିବା ଗ୍ରାମ ବାସି ମାନେ ହେଲେ ,ସୁବୋଧ ଚନ୍ଦ୍ର ସିଂ,ପ୍ୟରିଲାଲ ସିଂ ,ସୀତାରାମ ସିଂ ରାଜେନ୍ଦ୍ର ସିଂ ,ଜିତେନ୍ଦ୍ର ସିଂ ବିନୋଦ ସିଂ ସୋମା ସିଂ ରତନ ସିଂ ଅଲେଖ ସିଂ ,ଆଦି ସୋଦଶ୍ୟ ଉପସ୍ଥିତ ଥିଲେ I
