ଶୁଣ୍ଢି ସମାଜର କାର୍ଯ୍ୟକାରୀ କମିଟି ଓ ମହିଳା ସମିତିର ବୈଠକ
ବରଗଡ଼ ୩୦.୦୩(ନି, ପ୍ର) ବରଗଡ଼ ଶୁଣ୍ଢି ସମାଜର କାର୍ଯ୍ୟକାରୀ କମିଟି ଓ ମହିଳା ସମିତି ର ଯୁଗ୍ମ ବୈଠକ ସ୍ଥାନୀୟ ହୋଟେଲ ଟୁଲି ପ୍ରିମିୟମ ଠାରେ ଉଦ୍ଧବ ଚରଣ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଅଛି ।ସଭା ପ୍ରାରମ୍ଭରେ ରାଜ୍ୟ ପୂର୍ବତନ ଯୁବ ସଭାପତି ତଥା ବରହମପୁର ମହାନଗର ର ସଭାପତି ସ୍ୱର୍ଗତ କୁନା ସାହୁଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା । ଏ ବର୍ଷର ବାର୍ଷିକ ସମ୍ମିଳନୀରେ କରାଯାଇଥିବା ଖର୍ଚ୍ଚର ବିବରଣୀ ପ୍ରଦାନ କରାଯାଇ କିପରି ଆସନ୍ତାବର୍ଷ ଜିଲ୍ଲାସ୍ତରୀୟ ସମ୍ମିଳନୀକୁ ଆହୁରି ଆକର୍ଷଣୀୟ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା।ଶ୍ରୀମତୀ ଦୀପମାଲା ସାହୁଙ୍କ ପ୍ରସ୍ତାବ କ୍ରମେ ଏବର୍ଷ ଗ୍ରୀଷ୍ମ ଛୁଟିରେ ଜିଲ୍ଲାର ଯୁବ ପିଢ଼ି ଯେଉଁ ମାନେ ରାଜ୍ୟ ତଥା ଦେଶ ବାହାରେ ଅଧ୍ୟୟନ ତଥା ଚାକିରି କରୁଛନ୍ତି ସେମାନଙ୍କର ଏକ ସମାବେଶ କରାଯିବା ପାଇଁ ସ୍ତିର କରାଗଲା। ପରେ ପରେ ଏହି ସମାବେଶ ଜୋନାଲ ସ୍ତରୀୟ ଓ ରାଜ୍ୟ ସ୍ତରୀୟ କରାଯିବାପାଇଁ ସମସ୍ତେ ମତପ୍ରକାଶ କରିଥିଲେ । ବର୍ତ୍ତମାନ ଯୁଗରେ ଯୁବପିଢୀ ଜାତି ଓ ଧର୍ମ ର ବିଭିନ୍ନ ପରମ୍ପରା ସଂପର୍କରେ ଅବଗତ ହେବା ଓ ନିଜକୁ ନିୟୋଜିତ କରିବା ତଥା ସମସ୍ତେ ନିଜ ନିଜ ମଧ୍ୟରେ ସୁ ସମ୍ପର୍କରଖି ସମାଜର ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିବା। ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ଆଗାମୀ ଦିନରେ ଅନ୍ୟ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସମାବେଶରେ ଯୋଗଦେଇ ସମାଜକୁ ଆଗକୁ ନେବାପାଇଁ ସଭାପତି ଶ୍ରୀ ବେହେରା ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।ନିଜର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସମାଜର କାର୍ଯ୍ୟକ୍ରମରେ ବିଶେଷ ସମୟ ଦେଇ ନପାରୁଥିବାରୁ ଜିଲ୍ଲା କାର୍ଯ୍ୟକାରୀ କମିଟି ର ସମ୍ପାଦକ ପ୍ରକାଶ ବେହେରା ଓ କୋଷାଧକ୍ଷ ରାଜୁ ଚୌଧୁରୀ ତାଙ୍କ ପଦବୀରୁ ଅବ୍ୟାହତ ନେବାର ଲିଖିତ ସୂଚନା ଦେବାରୁ ତାଙ୍କ ସ୍ଥାନରେ ସମ୍ପାଦିକା ଭାବରେ ଶ୍ରୀମତୀ ରିତା ବେହେରା ଓ କୋଷାଧକ୍ଷ ଭାବରେ ଶରତ ବେହେରା ଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ମହିଳା ସମିତିର ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଚଲାଇବାପାଇଁ ଶ୍ରୀମତୀ ଦୀପମାଲା ସାହୁ ସମସ୍ତ ଙ୍କୁ ଅନୁରୋଧ କରିଥିଲେ ।
ଶେଷରେ ସଂପାଦିକା ଶ୍ରୀମତୀ ବେହେରା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
