*ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମପଞ୍ଚାୟତ ରେ ବିକାଶ ଶୂନ, ଫାଇଲ କୋଉଁଠି ଥିବା ନେଇ ବ୍ଲକ କାର୍ଯ୍ୟାଳୟ ଘେରାଓ,*
ନୂଆପଡା (ମିଖାଏଲ ନନ୍ଦ)
ତା:୨୫.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ଗ୍ରାମପଞ୍ଚାୟତ ରେ ବିକାଶ ଶୂନ ହୋଇଥିବା ବେଳେ ଦୁର୍ନୀତି କରିବା ନେଇ ପଞ୍ଚାୟତ ରୁ ଫାଇଲ ଗାଏବ ହୋଇଅଛି। ଫାଇଲ କୋଉଁଠି ଥିବା ନେଇ ଗ୍ରାମବାସୀ ମାନେ ବ୍ଲକ କାର୍ଯ୍ୟାଳୟ ଘେରାଓ କରିଛନ୍ତି। ନୂଆପଡ଼ା ଜିଲ୍ଲା ର ଟିମନପୁର ଗ୍ରାମ ପଞ୍ଚାୟତ ରେ ବ୍ୟାପକ ଅନିୟମିତତା ଥିବା ବେଳେ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଅଛି । ଆବଶ୍ୟକ ତଦନ୍ତ କରି ବିକାଶ କାର୍ଯ୍ୟ କୁ ତ୍ଵରାନ୍ୱିତ କରିବା ନେଇ ଗ୍ରାମବାସୀ ମାନେ ବ୍ଲକ କାର୍ଯ୍ୟାଳୟ ଘେରି ଥିଲେ। ଆବଶ୍ୟକ ପଦକ୍ଷେପ ନେବା ପ୍ରତିଶ୍ରୁତି ପରେ ଆନ୍ଦୋଲନକାରୀ ପ୍ରତ୍ୟାହୃତ କରିଛନ୍ତି।
