ସମବାୟ ସମିତିର ଅବହେଳାରୁ ଚାଷୀହେଇଛନ୍ତି ହନ୍ତସନ୍ତ
ଜଳେଶ୍ୱର ବ୍ଲକ ୨୫/୩(ସମିସ) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଦକ୍ଷିଣପ୍ରହରାଜପୁର ସେବା ସମବାୟ ସମିତିରେ ଆଜି ଦେଖିବାକୁ ମିଳିଛି ଚାଷୀଙ୍କ ତୁଣ୍ଡି ତୁଫାନ ସରକାରୀ ନିୟମାନୁଯାୟୀ ମାର୍ଚ୍ଚ ୨୫ ତାରିଖ ଚାଷୀଙ୍କ ଧାନ ବିକ୍ରୟ ପାଇଁ ପଞ୍ଜୀକୃତ ଶେଷ ତାରିଖ ନିର୍ଦ୍ଧ।ରିତ ରହିଥିବା ସତ୍ତ୍ବେ ଚାଷୀଙ୍କୁ ମିଳିପାରୁନାହିଁ ପଞ୍ଜୀକୃତ ଫର୍ମ କିମ୍ବା ହୋଇ ପାରିନାହିଁ ଚାଷୀଙ୍କ ଆଖି ସ୍କାନ ଚାଷୀ ଏ ନେଇ ସମିତିରେ ପଚାରିଲେ ଚାଷୀକୁ କହୁଛନ୍ତି ଗୋଟିଏ ଦିନରେ ୨୦ ଜଣ ଚାଷୀରୁ ଅଧିକ ଚାଷୀଙ୍କୁ ଆଖି ସ୍କାନ ନେଉନାହିଁ ଯାହାକୁ ନେଇ ଚାଷୀ ମାନଙ୍କର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମବାୟ ସମିତି ବିଭିନ୍ନ ସମୟରେ ଚାଷୀ ମାନଙ୍କୁ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଉ ନାହାଁନ୍ତି ଏବଂ ଏ ନେଇ ଚାଷୀ ସଂଯୁକ୍ତା ଦାସ , ଗୌତ୍ତମ ଦିନ୍ଦା,ଶ୍ରୀମନ୍ତ ବାରିକ, ସନ୍ତୋଷ ପରିଡ଼ା, ଅଜୟ କୁମାର ବିଶ୍ୱାଳ, ବେଣୁଧର ଘୋଷ, ସୁଶୀଲ ବାରିକ୍, ପ୍ରଦିପ କୁମାର ବେହେରା, ଅନନ୍ତ ବାରିକ୍, ରେବତୀ ବେହେରା, ସତ୍ରୁଘୁନ କାମିଳ।, ପ୍ରଫୁଲ ମହାନ୍ତି, ନରହରି ପ୍ରଧାନ ପ୍ରମୁଖ ଶତାଧିକ ଚାଷୀ ଦିନ ତମାମ ସମବାୟ ସମିତି ଆଗରେ ଫର୍ମ ପଞ୍ଜିକୃତ କରିବାକୁ ଅଡ଼ିବସିଥିଲେ ଶେଷରେ ରାଇବଣିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିବା ପରେ ଚାଷୀ ଶାନ୍ତ ପଡ଼ିବା ସହିତ ନିଜ ନିଜର ଚାଷୀ ପଞ୍ଜିକରଣ କରିଥିଲେ ଏବଂ ସ୍ଥାନୀୟ ସରପଞ୍ଚ ଆଲୋକ ଗିରି ଚାଷୀମାନଙ୍କୁ ସହୋଯୋଗ କରିଥିଲେ ।
