କଳାହାଣ୍ଡି ଜିଲ୍ଲା କୋକସରା ରୁ
ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର
ରାଇସ ମିଲ ରେ ନିଆଁ ଲାଗି ଲକ୍ଷାଧିକ ମୂଲ୍ୟ ର ଅଖା ବସ୍ତା ନଷ୍ଟ, ନିଆଁ କୁ ଆୟତ୍ତ କଲେ ଅଗ୍ନିଶମ କର୍ମଚାରୀ।
କୋକସରା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ସ୍ଥିତ ଜେ.କେ ଫୁଡ଼ ରାଇସ ମିଲ୍ ରେ ଗତ ସୋମବାର ମଧ୍ୟାହ୍ନ ରେ ନିକଟସ୍ଥ ଚାଷଜମି ରେ ଲାଗିଥିବା ନିଆଁ ରୁ ପବନ ରେ ନିଆଁ ହୁଲା ଉଡି ଗୋଦାମ ରେ ଥିବା ଅଖା ବସ୍ତା ରେ ପଡିଥିବା ବେଳେ ଘଟଣା ର କିଛି ଘଣ୍ଟା ପରେ ଗୋଦାମ ରୁ ଧୂଆଁ ହେବା ଦେଖି ସୁରକ୍ଷା ରେ ଥିବା କର୍ମଚାରୀ ଗୋଦାମ ଗୃହ ଖୋଲିବା ପରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ରେ ନିଆଁ ଲାଗିଥିବା ଦେଖି ମିଲ୍ ମାଲିକ ପ୍ରଶାନ୍ତ କୁମାର ସାହୁଙ୍କୁ ସୂଚନା ଦେଇଥିଲେ। ପରେ ମିଲ୍ ମାଲିକ କୋକସରା ଅଗ୍ନିଶମ ବିଭାଗ କୁ ସୂଚନା ଦେବାପରେ ଅଗ୍ନିଶମ ବିଭାଗ ଅଧିକାରୀ ସୁନୀଲ ରଞ୍ଜନ ବାର୍ଳା ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ମିଲ ରେ ପହଞ୍ଚି ଗୋଦାମ ରେ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ। ତେବେ ଏହି ସମୟ ମଧ୍ୟରେ ଗୋଦାମ ରେ ଥିବା ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନିଆଁ ରେ ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ଏହି ଅଘଟଣ ରୁ ମିଲ ର ଅନ୍ୟ କୌଣସି ଗୋଦାମ କୁ ନିଆଁ ବ୍ୟାପି ନଥିବା ବେଳେ ଏକ ବଡ଼ ଦୁର୍ଘଟଣା କୁ ଏଡାଇ ଦିଆଯାଇଛି।
