କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ବିକାଶ କର୍ମଶାଳା ୨୫-୨୬ ଅନୁଷ୍ଠିତ ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ସୋର ବ୍ଲକ ଅନ୍ତର୍ଗତ ସାଲମପୁର ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ବିକାଶ କର୍ମଶାଳା ୨୫-୨୬ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୋମମଣି ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ତଳନଗର ସରପଞ୍ଚ ରାଜେନ୍ଦ୍ର ଦାସ ଯୋଗ ଦେଇଥିବା ବେଳେ ଆବାହକ ଭାବେ ଶିରାପୁର କ୍ଲଷ୍ଟର ସିଆରସିସି ଡଃ ରଶ୍ମିତା ପଣ୍ଡା ଯୋଗଦେଇଥିଲେ। ସାଲମପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ରମାକାନ୍ତ ମହାପାତ୍ର ଯୋଗଦେଇ ଶିକ୍ଷଣ ସାମଗ୍ରୀ ବିକାଶ ଉପରେ ନିଜର ମତ ବ୍ୟକ୍ତ କରିଥିଲେ। ଶ୍ରେଣୀ ଗୃହ ରେ ଲ୍ଲୋ କଷ୍ଟ ଏବଂ ନୋ କଷ୍ଟ ରେ କିପରି ପିଲାମାନେ ଶିକ୍ଷଣ ରେ ସାହାଯ୍ୟ କରିବ ଏବଂ ସାମଗ୍ରିକ ବିକାଶ ର ଧାରା କୁ ପ୍ଲାବିତ କରିବ ଏନେଇ ମଧ୍ୟ ମଞ୍ଚାସିନ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ରତିକାନ୍ତ ଯେନା, ହରିପ୍ରିୟା ମିଶ୍ର , କୃଷ୍ଣ ଚନ୍ଦ୍ର ବେହେରା, ରାମ ମୋହନ ମୁର୍ମୁ, ପ୍ରଦ୍ୟୁମ୍ନ ବାରିକ, ଦମୟନ୍ତୀ ପାଣିଗ୍ରାହୀ, ସରୋଜ କୁମାର ନାୟକ, ମୀନତି ପାଣିଗ୍ରାହୀ ପ୍ରମୁଖ ଶିରାପୁର କ୍ଲଷ୍ଟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।
