ମକୁନ୍ଦପୁର ଗ୍ରାମରେ ଇଂ କିଲ୍ଲାବ କ୍ଳବ ର ସହିଦ ଦିବସ ପାଳନ l ରିପୋର୍ଟ (ବିରଞ୍ଚି ନାରାୟଣ ସାହୁ, ଭଞ୍ଜଦୂତ ଖବର ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ କରମୂଳ ପଞ୍ଚାୟତ ମକୁନ୍ଦପୁର ଗ୍ରାମରେ ଇଂ କିଲ୍ଲାବ କ୍ଳବ ତରଫରୁ ସହିଦ ଦିବସ ପାଳନ ହୋଇଯାଇଛି l ଭାରତ ଏକ ଧର୍ମନିରପେକ୍ଷ୍ୟ ରାଷ୍ଟ୍ର l ଏହି ରାଷ୍ଟ୍ରରେ ଯେଉଁମାନେ ଦେଶପାଇଁ ଜୀବନ ଦେଇଥାନ୍ତି ତାଙ୍କୁ ସହିଦୀ କୁହାଯାଏ ତାଙ୍କୁ କୋଟି କୋଟି ପ୍ରଣାମ l ସହିଦ ଭଗତ ସିଂ ଙ୍କ ଫଟୋରେ ଫୁଲମାଳ ଅର୍ପଣ କରି ଧୂପ ଦୀପ ଦେଇ ବଗତ ସିଂଙ୍କ ଜୀବନ ବିଷୟରେ ସମ୍ୟକ ଆଲୋଚନା କରି କ୍ଳବର ସମସ୍ତ ସଭ୍ୟ ଭାରତ ମାତାର ବନ୍ଦେ ମା ତରମ୍ ଗାନ କରିଥିଲେ l ବଳିଦାନର ଅନ୍ୟ ନାମ ସହିଦି, ଦେଶପ୍ରେମର ପ୍ରତୀକ ସେହି ବୀର ସୈନିକ l ଦେଶରେ ସହୀଦ ହୋଇଥବା ସମସ୍ତଙ୍କୁ ଇଂ କିଲ୍ଲାବ କ୍ଳବ ତରଫରୁ ସହୀଦ ଦିବସରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏କ୍ଳବର ଡମ୍ବରୁ ସାମଲ, ନବ ସାମଲ, କାହ୍ନl ପ୍ରଧାନ, ଦୀପକ ସାମଲ, ବିଜୟ ସାମଲ, ଚିନ୍ମୟ ଓ ରୁଦ୍ର ସାମଲ ଙ୍କ ଦ୍ୱାରା କାର୍ଯ୍ୟକ୍ରମ ଟିକୁ ସୂଚାରରୂପେ ସମାପନ କରିଥିଲେ l
