ପରିବେଶ ସୁରକ୍ଷା ପାଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବେଲଗୁଣ୍ଠା ରେ ବୃକ୍ଷ ରୋପଣ।
ବେଲଗୁଣ୍ଠା -୨୩/୦୩. ( ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ବୃକ୍ଷ ହିଁ ଜୀବନ.. ବର୍ତମାନ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବା ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଅଟେ। ରାସ୍ତା ନିର୍ମାଣ, କଳକାରଖାନା ନିର୍ମାଣ, ଗୃହ ନିର୍ମାଣ ଇତ୍ୟାଦି ଦ୍ୱାରା ବହୁ ବୃକ୍ଷ ବେଧଡକ ଭାବେ କଟାଯାଉଛି। ଯାହାଫଳରେ ଜନସଂଖ୍ୟା ତୁଳନାରେ ବୃକ୍ଷ ସଂଖ୍ୟା କମିବା ରେ ଲାଗୁଛି। ଏହିପରି ଯଦି ବୃକ୍ଷ ସଂଖ୍ୟା କମିବ ତେବେ ପରିବେଶ ସନ୍ତୁଳନ ହୋଇପାରିବ ନାହିଁ। ଦିନକୁ ଦିନକୁ ଗ୍ଲୋବାଲ ୱାର୍ମିଂ ବଢ଼ିବାରେ ଲାଗୁଛି । ଏହି ପରିବେଶ ସୁରକ୍ଷା ପାଇଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ମହାପାତ୍ର, ସମ୍ପାଦକ ଶ୍ରୀ ପବିତ୍ର ସାହୁ ଓ ଉପଦେଷ୍ଟା ରବୀନ୍ଦ୍ର ରଥ, ସଭାପତି ବିଜୟ ସ୍ୱାଇଁ ପ୍ରମୁଖ ବୃକ୍ଷ ରୋପଣ ପାଇଁ ବହୁ ଚେଷ୍ଟା କରି ଆସୁଛନ୍ତି।ସୂଚନା ଯୋଗ୍ୟ ସମ୍ପାଦକ ପବିତ୍ର ସାହୁ ନିଜେ ଗଛ ଲଗାଇବା ସହ ଅନ୍ୟ ମାନଙ୍କୁ ମଧ୍ୟ ପ୍ରେରଣା ଦେଉଛନ୍ତି। ଶିଶୁ ମନ୍ଦିର ର ମନୀଷା ଗୁରୁମା, ଆଙ୍କାକ୍ଷା ଗୁରୁମା, କୈଳାଶ, ଲକ୍ଷ୍ମଣ, ରାଜୀବ, ପ୍ରଫୁଲ୍ଲ,ବସନ୍ତ, ପ୍ରଶାନ୍ତ ଗୁରୁଜୀ,ଲକ୍ଷ୍ମୀ ମାଉସୀ, ମମିତା ମାଉସୀ, ତ୍ରିଲୋଚନ ଭାଇ,ଏବଂ ଅନ୍ୟ ଗୁରୁଜୀ, ଗୁରୁମା ମାନେ ଶିଶୁ ମନ୍ଦିର ରେ କିପରି ଅଧିକ ରୁ ଅଧିକ ଗଛ ଲଗାଇବା, ପରିବେଶ କୁ କିପରି ସୁନ୍ଦର ରଖିବା ସେଥିପାଇଁ ଚେଷ୍ଟା ଜାରି ରଖିଛନ୍ତି। ଆମେ ସମସ୍ତେ ଯଦି ଗଛ ନ କାଟି ଗଛ ଲଗାଇବା ତାହା ହେଲେ ଜନସାଧାରଣ ଙ୍କ ମଙ୍ଗଳ ହେବା ସଙ୍ଗେ ସଙ୍ଗେ ବିଶ୍ୱ ର ମଧ୍ୟ ମଙ୍ଗଳ ସାଧନ ହୋଇପାରିବ।
