*ଭତ୍ତା ଟଙ୍କା ଦେବାକୁ ଡାକି ବୃଦ୍ଧ ଓ ବୃଦ୍ଧାଙ୍କୁ ଡାହା ଖରାରେ ଛିଡ଼ା କରାଇଲେ ଅଫିସର ବାବୁ*
ନି:ପ୍ର- (ଭଞ୍ଜଦୂତ ଖବର) ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ସାନ ଖୁଣ୍ଟା ଗ୍ରାମ ପଞ୍ଚାୟତରେ ଦେଖି ବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଯାହାକୁ ଆପଣମାନେ ସହଜରେ ଗ୍ରହଣ କରିପାରିବେ ନାହିଁ। ଭତ୍ତା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ଦେବା ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଡକା ଯାଇଥିଲା। କିନ୍ତୁ ପାଖା ପାଖି ସମୟ ୧୧ ଟା ବାଜିଲାଣି ଅଥଚ ପଞ୍ଚାୟତ କାର୍ଯ୍ୟାଳୟରେ ପଡ଼ିଛି ତାଲା। ଗେଟ୍ ବାହାରେ ଡ଼ାହା ଖରାରେ ଜଗି ବସିଥାନ୍ତି କେବେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଖୋଲା ଯିବ ଏବଂ ସେମାନେ ଭିତରକୁ ଯାଇ ଟିକେ ଛାଇରେ ଶାନ୍ତିରେ ନିଶ୍ୱାସ ମାରିବେ। ଏ ଖରାର ଉତ୍ତାପ ଯେମିତି ବୟସର ଅପରାହ୍ନରେ ସେମାନେ ଆଉ ସହ୍ୟ କରି ପାରୁ ନାହାନ୍ତି। ଉପରସ୍ଥ ଅଧିକାରୀଙ୍କୁ ପଚାରି ବୁଝିଲୁ କାଳେ ଛୁଟି ଥିବ, ହୁଏତ ଏମାନେ ଜାଣି ନ ପାରି ଭତ୍ତା ପାଇଁ ଆସି ଡ଼ାହା ଖରାରେ ଅପେକ୍ଷା କରିଛନ୍ତି, କିନ୍ତୁ ଅଫିସର ବାବୁ ଜଣକ କହିଲେ ନାଁ ଆଜି କୌଣସି ଛୁଟି ନାହିଁ, ମୁଁ ବୁଝୁଛି କଣ ଅସୁବିଧା ହୋଇଛି। ତା ପରେ ଯାଇ ପଞ୍ଚାୟତ କାର୍ଯ୍ୟାଳୟର ମୁଖ୍ୟ ଫାଟକ ତାଲା ଖୋଲା ହେଲା। କିନ୍ତୁ ସାଧାରଣରେ ଚର୍ଚ୍ଚା ହେଉଥିଲା ଦିନ ୧୧ ଟା ବାଜିବାକୁ ବସିଲାଣି କୌଣସି ଅଫିସର ବାବୁଙ୍କର ଦେଖା ନାହିଁ ସରପଞ୍ଚ, PEO, VLW କି ଅନ୍ୟ କର୍ମଚାରୀ କାହାରି ସମୟ ପ୍ରତି ଧ୍ୟାନ ହିଁ ନାହିଁ। ଏବେ ପ୍ରଶ୍ନ ଉଠୁଚି କେବଳ ଆଜି ଏମିତି ପରିସ୍ଥିତି ଉପୁଜିଛି ନା ସବୁଦିନ ଏମିତି ହିଁ ଚାଲେ। କିଏ କହି ପାରିବ ଆଜି ସିନା ଘଟଣା ସାମ୍ନାକୁ ଆସିଲା ନ ହେଲେ କିଏ ବା ଜାଣି ପାରି ଥାନ୍ତା ଏ ଅଫିସର ବାବୁଙ୍କ କାର୍ଯ୍ୟକଳାପ। ବିଡ଼ିଓଙ୍କ କାର୍ଯ୍ୟାଳୟ ଠାରୁ ୨ଶହ ରୁ ୩ଶହ ମିଟର ଦୂରରେ ପଞ୍ଚାୟତ କାର୍ଯ୍ୟାଳୟ ଥାଇ ସୁଦ୍ଧା କାର୍ଯ୍ୟାଳୟର ଏ ଭଳି ପରିସ୍ଥିତି । ତା ହେଲେ ଅନ୍ୟ କାର୍ଯ୍ୟାଳୟର ଅବସ୍ଥା କଣ ହୋଇପାରେ ଆପଣମାନେ ଚିନ୍ତା କରନ୍ତୁ। ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏ ଭଳି କାର୍ଯ୍ୟ କରିବା ପାଇଁ କାହାଠାରୁ ଅନୁମତି ପାଇଛନ୍ତି କି ? ନାଁ ଉପର ମହଲରୁ କାହା ସହ ଅତି ଘନିଷ୍ଠ ସମ୍ପର୍କର ପରିଣାମ କି ? ସର୍ବ ଶେଷରେ ଜନସାଧାରଣ ହିଁ ହନ୍ତସନ୍ତ ହେଉଛନ୍ତି
। ଏଥି ପ୍ରତି ସରକାର ଦୃଷ୍ଟି ଦେବା ନିହାତି ଜରୁରୀ ଅଟେ ଯେମିତି ବୃଦ୍ଧ ଓ ବୃଦ୍ଧା ମାନଙ୍କୁ ଏମିତି ଭାବରେ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ।
