ରେଢ଼ାଖୋଲରେ ହିନ୍ଦୁ ନବବର୍ଷ ବା ରାଷ୍ଟ୍ରୀୟ ନବବର୍ଷ ପାଳିତ।
ରେଢ଼ାଖୋଲ ୧୯.୦୩(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ରାମ ମନ୍ଦିର ସମ୍ମୁଖରେ ଗୁରୁବାର ଦିନ ସକାଳେ ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପତା ତିଥି ଅବସରରେ ହିନ୍ଦୁ ନବବର୍ଷ ବା ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ଘଣ୍ଟ ଶଙ୍ଖ ହରିବୋଲ ହୁଳହୁଳିରେ ନବ ବର୍ଷକୁ ସ୍ଵାଗତ କରିଥିଲେ । ଏଥିରେ ସଂଘର ସଦସ୍ୟ ମାନେ ସହର ପରିକ୍ରମା କରି ଭୀମଭୋଇ ଛକ ଦେଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଏଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଖଣ୍ଡ ସଂଘ ଚାଳକ ସନ୍ତୋଷ କୁମାର ରଥ , ଖଣ୍ଡ କାର୍ଯ୍ୟବାହ ସୁବାସ ପ୍ରଧାନ, ଜିଲ୍ଲା ବୌଦ୍ଧିକ ସୁରଥ ସାହୁ , ମନୋଜ ପ୍ରଧାନ, ରାକେଶ ଦେହୁରୀ , ଦେବବ୍ରତ ସାହୁ , ରାଜୁ ପାରମାର ପ୍ରମୁଖ ସମେତ ଅନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ।
