
ରାୟଗଡ଼ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶପୁତ୍ତଳିକା ଦାହ।
ଗଜପତି (ଟିକି ଲିମା)
Anch- ସରିଲା ଲୋକ ସଭା ନିର୍ବାଚନ। ଦଳର ନିଷ୍ପତିକୁ ଅବମାନନା କରି ଗାଦର ଓ ବେଇମାନି କରି କ୍ରସ ଭୋଟିଙ୍ଗ କଲେ ଅନେକ ବିଧାୟକ। ଜିତାଇଲେ ଅନ୍ୟ ଦଳର ସମର୍ଥିତ ପାର୍ଥିଙ୍କୁ। ଦଳର ନିଷ୍ପତିକୁ ବେଇମାନ କରିଥିବାରୁ କୁଶ କୁଶପୁତ୍ତଳିକା ଦାହ କଲେ କର୍ମୀ।
ଗଜପତି ଜିଲ୍ଲା ରାୟଗଡ଼ ସଦର ମହକୁମା ଜାତୀୟ ରାଜପଥ 326କ ଠାରେ କଂଗ୍ରେସ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କ କୁଶ କୁଶପୁତ୍ତଳିକା ଦାହ କଲେ ସ୍ଥାନୀୟ ବ୍ଲକ କଂଗ୍ରେସ ପ୍ରେମି। ଦଳ ବିରୋଧୀ କାର୍ଯ୍ୟ କରି ରାଜ୍ୟସଭାରେ କ୍ରସ ଭୋଟିଙ୍ଗ କରିଥିଲେ ବିଧାୟକ ଦାଶରଥି ଗମାଙ୍ଗ ଙ୍କ ବିରୁଦ୍ଧରେ ବିଭିନ୍ନ ନାରା ବାଜି ଦେବା ସହିତ ୩୨୬କ ଜାତୀୟ ରାଜପଥ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ମୋହନା ବିଧାୟକ ଙ୍କ ପାଇଁ ନିଜ ହାତରୁ ପଇସା ଖର୍ଚ୍ଚ କରି ଜିତେଇ ଥିଲୁ ଶେଷରେ ସେ ଆମୋକୁ ଓ ଦଳ କୁ ବିରୋଧୀ କରିଥିବା ଘଟଣା କୁ ଆମେ ବିଶ୍ୱାସ କରିପାରୁ ନାହୁଁ। ଆଜି ଠାରୁ ଆମ ପାଇଁ ମୋହନା ବିଧାୟକ ଦାଶରଥି ଗମାଙ୍ଗ ମରିଯାଇଛି ଏବଂ ରାୟଗଡ଼ ବସ ଷ୍ଟାଣ୍ଡ ନିକଟରେ ତାଙ୍କର କ୍ରୀୟା କର୍ମ କରିବୁ କହି କର୍ମୀ ଓ ପ୍ରେମୀ ମାନେ ପ୍ରକାଶ କରିଛନ୍ତି । ଆଗାମୀ ନର୍ବାଚନରେ କଂଗ୍ରେସ ଦଳ କୁ ସୁଦୃଢ କରି ପୁନର୍ବାର କଂଗ୍ରେସ ବିଜୟ ହାସଲ କରିବ ଯଦି ଦମ ଅଛିତ ଦାଶରଥି ଗମାଙ୍ଗ ବିଜେପି ଟିକଟରେ ଆଗାମୀ ଏମଏଲଏ ଇଲେକ୍ସନ ରେ ଠିଆ ହୁଅନ୍ତୁ ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଭୋଟର ଉଚିତ ଜବାବ ଦେବେ ଏବଂ ସେଇଥିପାଇଁ ଆଜି ସହ ସହ କଂଗ୍ରେସ କର୍ମୀ ଓ ପ୍ରେମୀ ହୋଇଅଛୁ ବୋଲି ରାୟଗଡର କଂଗ୍ରେସ ପ୍ରେମୀ ମାତ ପ୍ରକାଶ କରିଛନ୍ତି।
