ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ସାମ୍ବାଦିକ ସମ୍ବିଳନୀ ବରଗଡ :୧୫/୦୩(ନି, ପ୍ର) ବରଗଡ଼ରେ ଏକାଠି ହେବେ ରାଜ୍ୟର ୩୦ ଜିଲ୍ଲାର ଯାଦବ ସମାଜ । ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୪ଦିନ ଧରି ବରଗଡ଼ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ଆୟୋଜିତ ବିଶ୍ବଶାନ୍ତି ମହାଯଜ୍ଞ ଓ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଯାଦବ କଲ୍ୟାଣ ମଣ୍ଡପକୁ ଉଦଘାଟନ କରି ସର୍ବସାଧାରଣ ଲୋକଙ୍କ ପାଇଁ ତାହା ଉତ୍ସର୍ଗୀକୃତ କରାଯିବ । ଏଥିପାଇଁ ଆଜି ବରଗଡ଼ରେ ଜିଲ୍ଳା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ସମାଜର ସଭାପତି ରାଜୁ ଘିବେଲା କାର୍ଯ୍ୟକ୍ରମର ରୂପରେଖ ଉପରେ ସବିଶେଷ ଆଲୋଚନା ଓ ତଥ୍ୟ ଉପସ୍ଥାପନ କରିଥିଲେ । ବିଶ୍ବବାସୀଙ୍କ ମଙ୍ଗଳ କାମନା, ଚାଷୀଙ୍କ ଉନ୍ନତି, ଭାଇଚାରା, ଏକତା, ସ୍ନେହ,.ପ୍ରେମ ଓ ଶାନ୍ତିର ସଚେତନତା ବାର୍ତ୍ତା ନେଇ ଏହି ବିଶ୍ବଶାନ୍ତି ମହାଯଜ୍ଞ ଆୟୋଜନ କରାଯାଉଛି । ପ୍ରଥମ ଦିବସରେ ଅମ୍ବାପାଲି ଜିରା ନଦୀରୁ ଦୁଇ ହଜାର ମହିଳା ମାନସିକ କଳସ ନେଇ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ବରଗଡ଼ ସହର ପରିକ୍ରମା କରି ଘୁଲିପାଲି ଯଜ୍ଞ ମଣ୍ଡପରେ ସ୍ଥାପନ କରିବେ । ୪ ଦିନ ଧରି ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନ ତୁଳାଇଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବା ସହିତ ଲୋକ ମହୋତ୍ସବରେ ବିଲୁପ୍ତ ଲୋକ ସଂସ୍କୃତିର ଗୀତ, ବାଦ୍ୟ ପ୍ରଦର୍ଶନ କରାଯିବ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଳାରୁ ଯାଦବ ସମାଜ ଓ ଜନସାଧାରଣ ଯୋଗ ଦେବାକୁ ପ୍ରେସମିଟରେ ସଭାପତି ରାଜୁ ଘିବେଲା ଅନୁରୋଧ କରିଛନ୍ତି ।
