ବାଜିଲା ନିର୍ବାଚନୀ ବିଗୁଲ।
ନୂଆଦିଲ୍ଲୀ:: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଚାରଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ସହ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। ରାଜ୍ୟ ଗୁଡ଼ିକ ହେଲା ପଶ୍ଚିମବଙ୍ଗ, ଆସାମ, କେରଳ,ତାମିଲନାଡୁ ଏବଂ ପୁଡୁଚେରୀ। ଦୁଇଟି ପର୍ଯ୍ୟାୟରେ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ରେ ନିର୍ବାଚନ ହେବ। ଅନ୍ୟ ସମସ୍ତ ରାଜ୍ୟ ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ସୂଚନା ଦେଇଛନ୍ତି।ଏପ୍ରିଲ ୨୩ ଓ ୨୯ ରେ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଥିବାବେଳେ ଏପ୍ରିଲ ୨୩ ରେ ତାମିଲନାଡୁ ନିର୍ବାଚନ ଅନୁଷ୍ଠିତ ହେବ। ଏପ୍ରିଲ ୯ ରେ ଆସାମ, କେରଳ ଓ ପୁଡୁଚେରୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ମେ ୪ ରେ ଚାରଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଅନୁଷ୍ଠିତ ଭୋଟ ରେ ଗଣତି ହେବ ଓ ଫଳ ପ୍ରକାଶ ପାଇବ । ସେହିପରି ତାମିଲନାଡୁ ରେ ୨୩୪ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଆସାମ ର ୧୨୬ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ପୁଡୁଚେରୀ ରେ ୩୩ ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ କେରଳ ରେ ୧୪୦ ଟି ଆସନ ପାଇଁ ନିର୍ବାଚନ ହେବ। ପଶ୍ଚିମବଙ୍ଗ ରେ ପ୍ରଥମ ପର୍ଯ୍ୟାୟ ରେ ୧୫୨ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ୧୪୨ ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
