ଚୋରା ଗଂଜେଇର ଅବାଧ କାରବାର ସାଧାରଣରେ ଅସନ୍ତୋଷ
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଭଞ୍ଜଦୂତ ଖବର
କାମାକ୍ଷାନଗର ଅଞ୍ଚଳରେ ଅବାଧରେ କାରବାର ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ସହରର ମୁଣ୍ଡିଦେଉଳି, ନୂଆ ଆଳତୁମା, ଆଳତୁମା, ଜିରୀଡମାଳି ଆଦି ସ୍ଥାନରେ ରହିଥିବା ଛୋଟ ଛୋଟ ଦୋକାନ ଗୁଡିକରେ ସିଗାରେଟ ମଧ୍ୟରେ ଗଂଜେଇ ପୁରାଇ ବିକ୍ରି କରୁଥିବା ବେଳେ କୋଡିଏ ଟଙ୍କିଆ ପୁଡିଆ ମଧ୍ୟ ବିକ୍ରୟ କରାଯାଉଛି l ଏତଦ ବ୍ୟତୀତ ଗ୍ରାମାଞ୍ଚଳରେ ଛୋଟ ବଡ଼ ଦୋକାନ ଗୁଡିକରେ ମଧ୍ୟ୍ୟ ଅବାଧରେ ଗଂଜେଇ ବିକ୍ରୟ ଜାରୀ ରହିଛି l କେତେକ ଗଂଜେଇ ବେପାରୀ ପାନ ପତ୍ର ବ୍ୟବସାୟ ମାଧ୍ୟ୍ୟମରେ ଗଂଜେଇ ନେଇ ବିଭିର୍ନ୍ନ ଦୋକାନରେ ଦେଉଥିବାର ଏବେ ଚର୍ଚ୍ଚା ଆରମ୍ଭ ହେଉଛି l ଗଂଜେଇ କାରବାର ଏବେ ଅବାଧରେ ଚାଲିଥିବାରୁ ବିଭାଗୀୟ କାର୍ଯ୍ୟାଧରା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି l
